ମଇଳା ପାଣିରୁ ତିଆରି ହେବ ବିଜୁଳି । ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବା ହେତୁ ଜଳ, ବାୟୁ ସବୁ ପ୍ରଦୂଷିତ ହେଉଛି । ଏଥିପାଇଁ ସରକାର ମଧ୍ୟ ଚିନ୍ତିତ । ପ୍ରଦୂଷଣ ଏବେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରଦୂଷିତ ଜଳରୁ ବିଜୁଳି ଉତ୍ପାଦିତ ହୋଇପାରିବ । ରାୟପୁରର ଏକ ୟୁନିଭର୍ସିଟିର ବାୟୋଟେକ୍ନୋଲୋଜି ବିଭାଗର ଗବେଷକମାନେ ଏନେଇ ରିସର୍ଚ୍ଚକୁ ତ୍ୱରାନ୍ୱିତ କରୁଛନ୍ତି । ସୂଚନା ଅନୁସାରେ ଗତ ବର୍ଷ ହିଁ ମଇଳା ଜଳରୁ ବିଜୁୂଳି ଉତ୍ପାଦନ କରିବାର ସଫଳତା ହାସଲ କରିଛନ୍ତି ବାୟୋଟେକ୍ନୋଲୋଜି ବିଭାଗର ଗବେଷକା
Kanak News is now on WhatsApp
Join and get latest news updates delivered to you via WhatsApp
ଅପରିଷ୍କାର ପାଣିରେ ରହୁଥିବା ଇଲେକ୍ର୍ଟ୍ରୋ ବ୍ୟାକ୍ଟେରିଆକୁ ଖୋଜି ଜୈବିକ ପ୍ରଣାଳୀରେ ବିଜୁଳି ଉତ୍ପାଦନ ହୋଇପାରୁଛି । ଏପରି ହେବାଦ୍ୱାରା କମ ଖର୍ଚ୍ଚରେ ମାସ ମାସ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ହୋଇପାରିବ ବୋଲି ଗବେଷକମାନେ ମତ ଦେଉଛନ୍ତି । କେବଳ ମଇଳା ପାଣିରୁ ନୁହେଁ ଚାଉଳ ସିଝିବା ପରେ ସେଥିରୁ ବାହାରୁ ଥିବା ତୋରାଣୀରୁ ମଧ୍ୟ ଜୈବିକ ଉପୟାରେ ବିଜୁଳି ଉତ୍ପର୍ଣ୍ଣ କରିବା ପାଇଁ ବ୍ୟାକ୍ଟେରିଆ ଉପରେ ଗବେଷଣା କରାଯାଉଛି ।
ସୂଚନାଯୋଗ୍ୟ ବିଭାର ଗବେଷଣା କରୁଥିବା ପ୍ରଫେସର କହିଛନ୍ତି ମଇଳା ପାଣିରୁ ଉତ୍ପର୍ଣ୍ଣ ହେଉଥିବା ବିଜୁଳିରୁ ଚାରି ଭୋଲ୍ଟର ଏଲଇଡ଼ି ବଲ୍ୱ, ୟୁଏସବି ଫ୍ୟାନ୍ ଓ ସାଧାରଣ ମୋବାଇଲ ଚାର୍ଜ କରିହେବ । ତେବେ ଗବେଷକ ମାନେ ଏହାର କ୍ଷମତା ବଢ଼ାଇ ପେଟେଣ୍ଟକରାଇବା ପାଇ ପ୍ରସ୍ତୁତି କରୁଛନ୍ତି ।