କଂଗ୍ରେସକୁ ନେଇ ବିଜେଡିର ଦୁଇ ବରିଷ୍ଠ ନେତା ମୁହାଁମୁହିଁ : ସୂର୍ଯ୍ୟ କହିଲେ, ଲୋପ ପାଇବ କଂଗ୍ରେସ

26

କନକ ବ୍ୟୁରୋ : କଂଗ୍ରେସ ଲୋପ ପାଇବା ନେଇ ବିଜେଡିର ଅନ୍ୟତମ ଉପ-ସଭାପତି ସୂର୍ଯ୍ୟ ପାତ୍ର ମତ ଦେବା ପରେ ଏ ଥିଲା ଦାମ ବାବୁଙ୍କ କାଉଂଟର ଆଟାକ୍ । ସୂର୍ଯ୍ୟ କହିଥିଲେ ଯେ କଂଗ୍ରେସ ଲୋପ ପାଉଛି । କଂଗ୍ରେସ କର୍ମୀ ମିଶିବେ ବିଜେଡିରେ । ଯାହା ବିଜେପୁର ଉପ-ନିର୍ବାଚନରେ ବିଜେଡିକୁ ବିଜୟୀ କରାଇବ ।

ଏ ନେଇ ସୂର୍ଯ୍ୟଙ୍କୁ କିଛି ପ୍ରଶ୍ନ କରିଛନ୍ତି ଦାମ ବାବୁ -କଂଗ୍ରେସ କିପରି ଲୋପ ପାଇବ? କଂଗ୍ରେସ ଛାଡୁଥିବା ସମସ୍ତ କର୍ମୀ ବିଜେଡିରେ କାହିଁକି ଯୋଗ ଦେବେ? ସାଂପ୍ରଦାୟିକ ଦଳ ଦେଶ ଶାସନ କରିବାକୁ ଚାହୁଁଛନ୍ତି କି ସୂର୍ଯ୍ୟ? ସେପଟେ ସୂର୍ଯ୍ୟ ଓ ଦାମଙ୍କ ବାକ୍ ଯୁଦ୍ଧର ଫାଇଦା ନେବାପାଇଁ ଆଗେଇ ଆସିଛନ୍ତି ବିରୋଧୀ । ରାଜ୍ୟରେ ବଦଳୁଥିବା ରାଜନୈତିକ ପାଣିପାଗ ପରେ ନବୀନଙ୍କ ପାଇଁ ବିଜେପି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ହେଲେ ଏହା ଭିତରେ ଦଳ ଭିତରୁ କଂଗ୍ରେସର ସ୍ଥିତିକୁ ସମର୍ଥନ ଭିନ୍ନ ରାଜନୈତିକ ସମୀକରଣ ଆଡକୁ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି । ମନେହେଉଛି ଯେପରି କଂଗ୍ରେସ ବଂଚିଲେ ବିଜେଡିକୁ ସୁବିଧା ହେବ ବୋଲି କିଛି ବରିଷ୍ଠ ନେତା ଗଣିତ କଷୁଛନ୍ତି ।