ଜୁଏଲ ଓରାମଙ୍କ ଗାଡିକୁ ଅଣ୍ଡାମାଡ ଘଟଣା ! ନିଆଁରେ ଘିଅ ଢାଳିଲେ ଦାମ ରାଉତ

49

କନକ ବ୍ୟୁରୋ : ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡିରେ ଅଣ୍ଡାମାଡ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦାମୋଦର ରାଉତ । ହୁଏତ ଜୁଏଲ ଓରାମ ନିଜ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବିପୁଳ ଅର୍ଥ ଖର୍ଚ୍ଚ କରିପାରୁନଥିବେ ବୋଲି ସେ କହିଛନ୍ତି ।

ହୁଏତ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅସନ୍ତୋଷରେ ଏଭଳି କରି ଥାଇପାରନ୍ତି ବୋଲି ଦାମ ନିଜ ମନ୍ତବ୍ୟରେ କହିଛନ୍ତି । କିମ୍ବା ହୋଇପାରେ ଯେ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ନ୍ୟୁନ କରିବାକୁ ଯାଇ ଅଣ୍ଡାମାଡ କରିଥାଇପାରନ୍ତି । କାରଣ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ମୁଖ୍ୟମନ୍ତ୍ରୀ ହେବା ଆଶା ରଖିଛନ୍ତି ବୋଲି ଦାମୋଦର ରାଉତ କହିଛନ୍ତି ।