ଟଙ୍କା ବଦଳରେ ଟଙ୍କା : ଆଦିବାସୀଙ୍କ ଖୁଚୁରା ବଜାରରେ ପଶିଲେ ଦଲାଲ

17

vlcsnap-2016-11-12-19h47m10s346କନକ ବ୍ୟୁରୋ : ବ୍ୟାଙ୍କରେ ଆକାଉଣ୍ଟ ନାହିଁ । ଆଧାରକାର୍ଡ କି ପାନ କାର୍ଡ ନାହିଁ । ଏଟିଏମ୍ କଣ ଜାଣି ନାହାଁନ୍ତି । ପାଖ ବଜାର ନହେଲେ ସାହୁକାରଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବିକି କିଛି ପଇସା ପାଏ ଏ ପାହାଡି ମଣିଷ । ଆଉ ସପ୍ତାହକୁ ଥରେ ଏ ସାପ୍ତାହିକି ହାଟକୁ ଆସି କରେ କିଣାବିକା । ହେଲେ ଏବେ ଜିନିଷ ନୁହେଁ ହାଟରେ ଚାଲିଛି ନୋଟରେ କିଣାବିକା । ଏ କୋରାପୁଟ ଜିଲ୍ଲାର କଥା । ଅଚଳ ଭୟରେ ବିକଳ ହୋଇ ଆଦିବାସୀ ବିକି ଦେଉଛି ୫ ଶହ ଟଙ୍କିଆ ନୋଟ । ହାଟରେ ବସିଛନ୍ତି ମାଳମାଳ ଦଲାଲ ।

ନିଜ ପାଖରେ ଥିବା ୫ ଶହ ଟଙ୍କିଆ ନୋଟକୁ ବଢାଇ ଦେଇ ୩୦୦ କିମ୍ବା ୩୫୦ ଟଙ୍କା ନେଇ ଯାଉଛି ଅସହାୟ ଆଦିବାସୀ । କାରଣ ଖୁଚୁରା ହାଟରେ ଆଉ ଚାଲୁନି ବଡ ନୋଟ୍ । ବ୍ୟାଙ୍କରେ ଭିଡ । ଏଟିଏମରେ ବି ଭିଡ । ଲମ୍ବା ଲାଇନରେ ଛିଡା ହେଲେ ବି ମିଳୁନି ୨ ହଜାର କି ୪ ହଜାରରୁ ଅଧିକ । କାହା ପାଖରେ ସମୟ ନାହିଁ ପୁଣି କାହା ପାଖରେ ଧୈର୍ଯ୍ୟ ନାହିଁ ।

ଆଉ ଏହି ସମୟରେ ସାହି ଗଳିକନ୍ଦିରେ ସକ୍ରିୟ ହୋଇ ଗଲାଣି ଦଲାଲା । କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ଏ ସାଂଘାତିକ ଚିତ୍ର । ଚାଲିଛି ନୋଟ ବଦଳରେ ନୋଟର ବେପାର । କିଛି ଯୁବକ ଖୁଚୁରା ଟଙ୍କା ଧରି ମେଲାଇଛନ୍ତି ନିଜ ବେପାର । ୫ ଶହ ଟଙ୍କା ବଦଳରେ ମୂଲଚାଲ କରି ହାତକୁ ବଢାଇ ଦେଉଛନ୍ତି ୪ ଶହ ଟଙ୍କା । ୧୦୦୦ ଟଙ୍କା ଦେଲେ ମିଳୁଛି ୮୦୦ ଟଙ୍କା ।

ଅଚଳ ନୋଟକୁ ସଚଳ କରିବା ପାଇଁ ସମୟ ଲାଗିବ । ଏଥିପାଇଁ କାହା ପାଖରେ ଧୈର୍ଯ୍ୟ ନାହିଁ । ଆଉ ଏହାର ଫାଇଦା ନେଉଛନ୍ତି ଦଲାଲ ।

ଏହାସହ ଦେଖନ୍ତୁ ଏହି ଭିଡିଓ –