ସାଇରସ ମିସ୍ତ୍ରୀଙ୍କୁ ପୁଣି ଶକ୍ତ ଝଟକା : ଟାଟା ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ ସାଇରସଙ୍କୁ କରାଗଲା ବରଖାସ୍ତ

27

କନକ ବ୍ୟୁରୋ : ସାଇରସ ମିସ୍ତ୍ରୀଙ୍କୁ ପୁଣି ଏକ ଶକ୍ତ ଝଟକା । ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ପଦରୁ ତାଙ୍କୁ ବରଖାସ୍ତ କରାଯାଇଛି । ଏହାସହ ଟାଟା ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ପଦର ମଧ୍ୟ ସମସ୍ତ ଅଧିକାର ତାଙ୍କଠାରୁ ଛଡାଇ ନିଆଯାଇଛି । ଆଜି ବସିଥିବା ସେୟାର ହୋଲ୍ଡର ମିଟିଂରେ ଏନେଇ ନିଷ୍ପତି ନିଆଯିବା ପରେ ଘୋଷଣା କରାଯାଇଛି । ଗତ ଅକ୍ଟୋବର ମାସରେ ଟାଟା ଗ୍ରୁପର ଚେୟାରମ୍ୟାନ ପଦବୀରୁ ସାଇରସ ମିସ୍ତ୍ରୀକୁ ହଟାଇଦିଆଯାଇଥିଲା ।

ଟାଟା ଗ୍ରୁପର ଚେୟାରମ୍ୟାନ ପଦରୁ ହଟିବା ପରେ ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ଇଣ୍ଡିଆନ ହୋଟେଲ୍ସ ଓ ଟାଟା ଗ୍ଲୋବାଲ ବେଭରେଜେସ୍ ଓ ଟାଟା ପାୱାର ଚେୟାରମ୍ୟାନ ପଦ ମଧ୍ୟ ତାଙ୍କୁ ଛାଡିବାକୁ ପଡିଥିଲା । ୨୦୧୨ ଡିସେମ୍ବର ୨୯ତାରିଖରେ ସାଇରସ ମିସ୍ତ୍ରୀ ଚେୟାରମ୍ୟାନ ପଦ ସମ୍ଭାଳିଥିଲେ ।