କଟକ ଜଗତପୁରରେ ବିଜୁଳି ବେଗରେ ବାଇକ ଚଳାଇ ଇଲେକ୍ଟ୍ରି ପୋଲରେ ପିଟି ହେଲେ ଯୁବକ ! ଘଟଣାସ୍ଥଳରେ ମୃତ୍ୟୁ, ସିସିଟିଭିରେ କଏଦ ଦୁର୍ଘଟଣାର ଲାଇଭ ଦୃଶ୍ୟ ।

32

କଟକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ଚାହୁଁ ଚାହୁଁ  ଲିଭିଗଲା ଜୀବନ । କ୍ୟାମେରାରେ କଏଦ  ହେଲା ଦୃଶ୍ୟ ।  କଟକ ଜଗତପୁରରେ ଘଟିଛି ଏଭଳି ଏକ ଘଟଣା ।  କେନ୍ଦ୍ରାପଡା କେନାଲ ବନ୍ଧ ଡିଗିସାହି ନିକଟରେ  ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକଜଣକ ହେଲେ ବାରବୋଡିଆ ଅଞ୍ଚଳର ଦେବାଶିଷ ଦଳେଇ ।

ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରି ମୋଟର ସାଇକେଲରେ ସେ ଫେରୁଥିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ସେ ବାଡେଇ ହୋଇଯାଇଥିଲେ । ଆଉ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ  ବାଇକ ଆରୋହୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବାଇକଟି ବିଜୁଳିବେଗରେ ଆସୁଥିବା କ୍ୟାମେରାରେ କଏଦ ହୋଇଛି ।