ନବୀନଙ୍କ ବିସ୍ଫୋରଣ ! ନିଜ ଭିତରେ ନାହିଁ ଏକତା ତଥାପି ମିଥ୍ୟା ପ୍ରଚାରରେ ମାତିଛନ୍ତି ବିରୋଧୀ

28

କନକ ବ୍ୟୁରୋ : ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ବିରୋଧୀ ଦଳର ନେତାମାନେ ପ୍ରତ୍ୟାଖ୍ୟାତ ନେତା । ସେମାନେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନାହାନ୍ତି । ବିଜେଡିର ଛବି ଖରାପ କରିବାକୁ ମିଥ୍ୟା ପ୍ରଚାର ଚଳାଇଛନ୍ତି ।

ମେୟରଙ୍କ ସେକ୍ସ ସିଡି ଅଭିଯୋଗ ପ୍ରସଙ୍ଗ, ଦାନ ମାଝୀ, ନଗଡା, ମାଲକାନଗିରିରେ ଜାପାନୀ ଜ୍ୱର ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ବିରୋଧ ଜାରି ରଖିଥିବାବେଳେ ଆଜି ବିଜେଡି ପ୍ରତିଷ୍ଠା ଦିବସରେ କିିଛି ଏହିଭଳି ଭାବେ ଜବାବ ଦେଇଛନ୍ତି ନବୀନ ।

ପଂଚାୟଚ ନିର୍ବାଚନ ଲଢେଇ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁଲମଖୁଲ୍ଲା ଚ୍ୟାଲେଞ୍ଜ । ଜାତୀୟ ଦଳର ହାୱାକୁ ଫୁ କରିଦେଇଛନ୍ତି ନବୀନ । ବିଜେପିର ନାଁ ନନେଇ ‘ମୋଦି ହାୱା’ କିପରି ସାଧାରଣ ନିର୍ବାଚନରେ ତାଙ୍କ ଲୋକପ୍ରୟିତାକୁ ପ୍ରଭାବିତ କରିପାରିନଥିଲା ତାହାକୁ ମନେପକାଇ ଦେଇଛନ୍ତି ।

ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀ ଦଳ ଭିତରେ ଏଭଳି ଆରୋପ-ପ୍ରତ୍ୟାରୋପର ପର୍ବ ଆହୁରି ଶାଣିତ ହେବା ଅନୁମାନ କରାଯାଉଛି ।