ଶୀତ ଋତୁରେ ପରିବର୍ତ୍ତନ କରନ୍ତୁ ଜୀବନଶୈଳୀ !
ଶୀତ ଋତୁରେ ଜୀବନଶୈଳୀରେ କେତେକ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ଏହି ସମୟରେ ଅଧିକ ସତର୍କ ନ ରହିଲେ ଦେହ ଖରାପ ହେବାର ଆଶଙ୍କା ରହିଛି । ବିଶେଷ କରି ମଧୁମେହ, ହୃଦରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେ ରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଶୀତ ଋତୁରେ ତୈଳ, ଘିଅ ଓ ଲହୁଣୀ ଜାତୀୟ ପଦାର୍ଥ ସେବନରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥାଏ । ନିଜକୁ ଗରମ କରିବା ପାଇଁ ପ୍ରତ୍ୟହ ବ୍ୟାୟାମ କରିବା ଏକାନ୍ତ ଆବଶ୍ୟକ ବୋଲି ଚିକିତ୍ସକମାନେ ପରାମର୍ଶ ଦିଅନ୍ତି । ମଦ୍ୟପାନ ସଂପୂର୍ଣ୍ଣ ତ୍ୟାଗ କରିବା ଉଚିତ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶୀତ ଋତୁ ରେ ଲୁଣ ମଧ୍ୟ କମ୍ ଖାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଚିକିତ୍ସିକ । କାରଣ ଶୀତ ଋତୁରେ ଶରୀରରୁ କମ୍ ପରିମାଣରେ ଝାଳ ନିଷ୍କାସିତ ହୋଇଥାଏ । ଏହା ଫଳରେ ରକ୍ତଚାପର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଉଚ୍ଚ ରକ୍ତଚାପ ରେ ପୀଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଲୁଣର ପ୍ରୟୋଗ କମ୍ ହେବା ଆବଶ୍ୟକ ଯେ ରକ୍ତଚାପ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ବଢି ଯାଇଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଶୀତ ଋତୁରେ ତେଲ ଲଗାଇ ସ୍ନାନ କରିବା ବି ଜରୁରୀ, କାରଣ ଏହାଦ୍ୱାରା ଶରୀରର ତ୍ୱଚା ସୁସ୍ଥ ରହିଥାଏ ଏବଂ ସହଜରେ କୌଣସି ଅଙ୍ଗ ଫାଟେ ନାହିଁ।