ରାଉରକେଲା ଷ୍ଟିଲ ପ୍ଲାଂଟରେ ସିବିଆଇ ରେଡ୍

33

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଷ୍ଟିଲ ପ୍ଲାଂଟରେ ସିବିଆଇ ରେଡ୍ । ଡିଜିଏମ ହରେକୃଷ୍ଣ ବେହେରାଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଘରେ ସିବିଆଇ ରେଡ ହୋଇଥିବା ଜଣାପଡିଛି । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ସିବିଆଇର ୬ଟି ଟିମ୍ ଏହି ଚଢାଉ କରୁଛି । ହରେକୃଷ୍ଣଙ୍କ ଅଫିସ ଓ ରାଉରକେଲା ବାସଭବନ ସମେତ ୭ଟି ଯାଗାରେ ରେଡ କରାଯାଉଛି । ବେଙ୍ଗାଲୁରୁ ଘରେ ମଧ୍ୟ ରେଡ ହୋଇଥିବା ସୂଚନା ରହିଛି ।