ବେଗୁନିଆରେ ଆକ୍ସନ ମୁଡରେ ପୁଲିସ ! ସ୍ଥାନୀୟ ବିଧାୟକଙ୍କ ବିରୋଧରେ ପ୍ରବଳ ଉତ୍ତେଜନା ପରେ ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ

157

କନକ ବ୍ୟୁରୋ : ବେଗୁନିଆରେ ଆକ୍ସନ ମୁଡରେ ପୁଲିସ । ସ୍ଥାନୀୟ ବିଧାୟକଙ୍କ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଗତକାଲି ପ୍ରବଳ ଉତ୍ତେଜନା ପରେ ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ କରିଛି । ୧୬ ଜଣଙ୍କୁ ପୁଲିସ ଅଟକ ରଖିବା ସହ ଛାନଭିନ ଆରମ୍ଭ ହୋଇଛି । ପୂର୍ବତନ ସରପଂଚ ନବକିଶୋର ସ୍ୱାଇଁଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବ ଦୁର୍ବ୍ୟବହାର ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଥିଲା । ଲୋକମାନେ ବେଗୁନିଆ ଥାନାରେ ଗେଟ ଭାଙ୍ଗି ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ ।

ଡିସେମ୍ବର ୩୧ରେ ବେଗୁନିଆର ପୂର୍ବତନ ସରପଂଚ ନବକିଶୋର ସ୍ୱାଇଁଙ୍କୁ ସ୍ଥାନୀୟ ବିଧାୟକଙ୍କୁ ଦୁର୍ବବ୍ୟହାର କରିବା ସହ ଧମକ ଚମକ ଦେଇଥିଲେ । ଜାନୁଆରୀ ୨ରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । । ଅଭିଯୋଗ ସତ୍ୱେ ବି ପୁଲିସ କୌଣସି ପଦକ୍ଷେପ ନନେଇ ବିଧାୟକଙ୍କୁ ଘଂଟ ଘୋଡାଇ ରଖିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।