କଳାହାଣ୍ଡି: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ, ୧୫ରୁ ଅଧିକ ଆହତ

60

କନକ ବ୍ୟୁରୋ: କଳାହାଣ୍ଡିରେ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜୁନାଗଡ ହାତୀ ନଦୀ ପୋଲ ନିକଟରେ ଦୁର୍ଘଟଣା ହୋଇଛି । ବରଯାତ୍ରୀ ବସଟି ପୋଲ ନିକଟରେ ଠିଆ ହୋଇଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ହାଇୱା ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ବସଟି ଭବାନୀପାଟଣାରୁ ଜୁନାଗଡ କୋଟା ଗାଁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –