ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା : ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ମିଳିଲା ଆଗୁଆ ଜାମିନ

43

କନକ ବ୍ୟୁରୋ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା । ବରଗଡ ବିଧାୟକଙ୍କୁ ମିଳିଲା ଆଗୁଆ ଜାମିନ । ଦେବେଶ ଆଚର୍ଯ୍ୟଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ବରଗଡ଼ ବିଧାୟକ ଦେବେଶ ଆଚର୍ଯ୍ୟ ବୋଲି ବିଜେପି ଅଭିଯୋଗ କରିଥିଲା ।

କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡ଼ ଗସ୍ତରେ ଆସିଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନାଁରେ ବିଜେପି ଅଭିଯୋଗ କରିଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ରମଣ ଘଟଣାରେ ତଦନ୍ତ ଉତରାଚଂଳ ଆର୍ଡିସି କରୁଛନ୍ତି । ଏ ଘଟଣାରେ ଜିଲ୍ଲାପାଳ, ପୁଲିସ୍ ଅଧିକାରୀ, ବରଗଡ଼ ବିଧାୟକ ଏବଂ ୩ ଜଣ ବିଜେପି ନେତାଙ୍କ ସମେତ ମୋଟ୍ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଆର୍ଡିସି ।