ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଅସଦାଚରଣ ! କମୁନି ମଣିଷରୂପୀ ରାକ୍ଷସଙ୍କ ଦୌରାତ୍ମ୍ୟ, ମୋବାଇଲରୁ ମୋବଇଲକୁ ଘୂରି ବୁଲୁଛି ଭାଇରାଲ ଭିଡିଓ

37

କନକ ବ୍ୟୁରୋ : ବିଚ୍ ରାସ୍ତାରେ ନିଲାମ ହେଲା ଛାତ୍ରୀଙ୍କର ଇଜ୍ଜତ । ମଝି ରାସ୍ତାରେ ଛାତ୍ରୀଙ୍କୁ କରାଗଲା ଅସଦାଚରଣ । ଅସଦାଚରଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋବାଇଲରୁ ମୋବାଇଲ୍ ଘୁରି ବୁଲିଛି ଏହି ଭିଡିଓ । ଛାତ୍ରୀ ଜଣଙ୍କୁ ବିଚ୍ ରାସ୍ତାରେ କିଛି ଯୁବକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଟଣା ଓଟରା କରୁଥିବାର ଦୃଶ୍ୟ ରହିଛି । ଘଟଣାଟି ସାତ ଆଠ ଦିନ ତଳର ହୋଇଥିବାବେଳେ ଏବେ ଏହି ଭିଡିଓ ସାମନାକୁ ଆସିଛି । ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ଏହି ଭିଡିଓଟି ବରଗଡ ଅଂଚଳର ବୋଲି କୁହାଯାଉଛି ।

ତେବେ ଭିଡିଓ ବାବଦରେ ପଦ୍ମପୁର ଏସଡିପିଓ କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି । ଏସଡିପିଏ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି ଯେ, ଭିଡିଓଟି ପୁଲିସର ହସ୍ତଗତ ହୋଇଛି । ଏହାକୁ ଗୁରୁତର ସହ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ଘଟଣାଟି କେଉଁ ସ୍ଥାନରେ ଘଟିଛି ଓ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି । ସେପଟେ ଉତରାଂଚଳ ଆଇଜି ସୁଶାନ୍ତ ନାଥ କହିଛନ୍ତି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।