ଡାକ୍ତରଙ୍କ ପାର୍ଟିରେ ଋଷିୟ ନର୍ତ୍ତକୀଙ୍କ ବେଲୀ ନୃତ୍ୟ ! ଆମ୍ବୁଲାନ୍ସରେ ମଦ ବୁହାହେବା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍

65

ଉତ୍ତରପ୍ରଦେଶର ମିରଟରେ ଦେଖିବାକୁ ମିଳିଛି ଏକ ଅଜବ ଧରଣର ଘଟଣା । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଲାଲା ଲଜପତ୍ ରାୟ ମେଡିକାଲର ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ଚାରିଆଡେ । ଏହି କଲେଜରେ ଆୟୋଜିତ ଆଲୁମିନି ମିଟ୍ ରେ ଡାକ୍ତରମାନଙ୍କର ଦାୟିତ୍ୱହୀନ କାର୍ଯ୍ୟକଳାପକୁ ନେଇ ଏବେ ଆଲୋଚନା । ଆଉ ମଧ୍ୟ ସୋସିଆଲ୍ ମିଡିଆରେ ଏହି ଡାକ୍ତରଙ୍କ ଉତ୍ସବରେ ଋଷିୟ ନର୍ତ୍ତକୀଙ୍କ ଫଟୋ ଓ ନୃତ୍ୟ ଭାଇରାଲ୍ ହୋଇଛି ।

ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ , ଡାକ୍ତରମାନଙ୍କର ଏହି ଉତ୍ସବରେ ରୋଗୀଙ୍କୁ ସେବା ଦେବା ବଦଳରେ ମଦ ବୋହିବାକୁ ଆମ୍ବୁଲାନ୍ସର ବ୍ୟବହାର ହୋଇଥିଲା । ଆଉ ମଧ୍ୟ ଅତିଥି ମାନଙ୍କୁ ଖୁସି କରିବା ପାଇଁ ଋଷିୟ ନର୍ତ୍ତକୀଙ୍କୁ ଦେଖିବାକୁ ମିଳିଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରମାନଙ୍କ ଏହି ଦାୟିତ୍ୱକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ପରେ କଲେଜ କର୍ତ୍ତୃପକ୍ଷ ଘଟଣାର ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । କଲେଜର ପୁରାତନ ଛାତ୍ର ସଂଘ ପକ୍ଷରୁ ରୌପ୍ୟ ଜୟନ୍ତୀ ଉତ୍ସବ ଆୟୋଜନ କରାଯାଇଥିଲା ବେଳେ ଏହି ଉତ୍ସବରେ ଏହି ଉତ୍ସବରେ ଅନେକ ପ୍ରତିଷ୍ଠିତ ଡାକ୍ତରମାନେ ଯୋଗଦେଇଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଅବକାରୀ ବିଭାଗ ପକ୍ଷରୁ ଘଟଣାର ଯାଂଚ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଜେପିର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି ଯେ , ଏଭଳି ଆୟୋଜନ କିଛି ଖରାପ ନୁହେଁ , ତେବେ ଯେଉଁ ସବୁ ଘଟଣା ଘଟିଛି , ତାକୁ ବରଦାସ୍ତ କରାଯିବ ନାହିଁ । ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଯାହା ଏକ ଉଦାହରଣ ସୃଷ୍ଟି କରିବ । ଏବଂ ଅନ୍ୟମାନେ ଏଭଳି କରିବାକୁ ସାହାସ କରିବେ ନାହିଁ ।