ଜମୁଛି ଗୋପାଳପୁର ମହୋତ୍ସବ : ଏମଜେ-ଫାଇଭ ଡାନ୍ସରେ ଝୁମିଲେ ଦେଖଣାହାରୀ

36

କନକ ବ୍ୟୁରୋ :  ରଙ୍ଗୀନ ହୋଇଛି ଗୋପାଳପୁର ବେଳାଭୂମି । ଜମୁଛି ଗୋପଳପୁର ବେଳାଭୂମି ମହୋତ୍ସବ-୨୦୧୭ । ତୃତୀୟ ସଂଧ୍ୟାରେ ଡ୍ୟାନ୍ସ ଗ୍ରୁପ ଏମଜେ୍-ଫାଇଭର ତାଳେତାଳେ ଝୁମିଥିଲେ ଦେଖଣାହାରୀ ।

ମିମିକ୍ରି ଓ କମେଡି କରି ସବୁବେଳେ ଦର୍ଶକଙ୍କ ପସନ୍ଦ ପାଲଟିଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ଭିଆଇପି । ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ୟାରେ ମଧ୍ୟ ଭିଆଇପିଙ୍କ କମେଡି ହସି ହସି ବେଦମ ହୋଇଥିଲେ ଦର୍ଶକ ।୨୪ତାରିଖରୁ ଆରମ୍ଭ ହୋଇ ୨୮ରେ ସରିବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏଥିରେ ହିମେଶ ରେଶମିୟା, ଅନନ୍ୟା ନନ୍ଦ, ସତ୍ୟଜିତ୍, ଏମଜେ-ଫାଇଭ ଓ ଭିଆଇପି ନିଜର ଜଲୱା ଦେଖାଇ ସାରିଛନ୍ତି । ଆଜି ସଂଧ୍ୟାରେ ବଲିଉଡ ଗାୟିକା ନେହା କକ୍କରଙ୍କର କାର୍ଯ୍ୟକ୍ରମ ରହିଛି ।