ଭାରତୀୟ ସେନାରେ ଖୁବଶୀଘ୍ର ସାମିଲ ହେବ ଅଗ୍ନି-୫ ମିସାଇଲ ! ରାଡ଼ାରରେ ରହିବ ପୂରା ଚୀନ, କ୍ଷଣିକରେ ପୂରା ଦେଶକୁ ଜାଳିଦେବ

47

ସାବଧାନ ଚୀନ୍ । ଖୁବଶୀଘ୍ର ଭାରତ ନିଜର ସେନାବାହିନୀରେ ଏଭଳି ଏକ ବ୍ରହ୍ମାସ୍ତ୍ର ସାମିଲ କରିବାକୁ ଯାଉଛି ଯାହା କ୍ଷଣିକରେ ପୂରା ଚୀନକୁ ଧ୍ୱଂସ କରିବାକୁ ସକ୍ଷମ । ଭାରତ ନିଜ ସେନାରେ ଖୁବଶୀଘ୍ର ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ଅଗ୍ନି-୫କୁ ସାମିଲ କରିବାକୁ ଯାଉଛି । ଆଉ ସବୁଠୁ ବଡ଼ କଥା ହେଉଛି, ପରମାଣୁ ଶକ୍ତି ସମ୍ପନ୍ନ ଏହି ମିସାଇଲର ରାଡ଼ାରରେ ପୂରା ଚୀନ ଆସୁଛି । ଏହି ମିସାଇଲଟି ୫୦୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ସେନାରେ ଏହି ମିସାଇଲ ସାମିଲ ହେବା ପରେ ଭାରତ ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ମୁତାବିକ ୫୦୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ଏହି ଅଗ୍ନି-୫ ମିସାଇଲ ପରମାଣୁ ଅସ୍ତ୍ରଶସ୍ତ୍ର ନେବା ପାଇଁ ସକ୍ଷମ । ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ୬ଷ୍ଠ ଥର ପାଇଁ ସଫଳ ପରୀକ୍ଷଣ ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା । ଆଉ ଏହାପରେ ଏହାକୁ ଏସଏଫସିରେ ସାମିଲ କରିବାକୁ ଭାରତ ପ୍ରସ୍ତୁତି ଜୋରଦାର କରୁଛି । ଏଠାରେ ସୁଚନାଯୋଗ୍ୟ ଯେ, ଏସଏଫସିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ପୂର୍ବରୁ ଏହାର ବାରମ୍ବାର ସଫଳ ପରୀକ୍ଷଣ କରାଯାଇଥାଏ ।

ଅଗ୍ନି ସିରିଜର ଅଗ୍ନି-୫ ମିସାଇଲ ହେଉଛି ସବୁଠୁ ଅତ୍ୟାଧୁନିକ ହତିଆର । ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ନେଉଥିବା ଅନ୍ୟ ମିସାଇଲ ଠାରୁ ବେଶ ଶକ୍ତିଶାଳୀ । ପୂର୍ବରୁ ଅଗ୍ନି ସିରିଜର ଅନ୍ୟ ମିସାଇଲ ଗୁଡ଼ିକ ପରୀକ୍ଷଣ କରାଯାଇଛି । ଭାରତ ପୂର୍ବରୁ ପାକିସ୍ତାନକୁ ଦୃଷ୍ଟିରେ ରଖି ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩ ମିସାଇଲ ପରୀକ୍ଷଣ କରିଥିଲା । ତେବେ ଚୀନ ସହ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେବାରୁ ଅଗ୍ନି-୪, ଅଗ୍ନି-୫ ମିସାଇଲର ପରୀକ୍ଷଣ କରିଛି । ଯାହାର ରାଡ଼ାରରେ ପୂରା ଚୀନ ଆସୁଛି । ୫୦ ଟନ ବିଶିଷ୍ଟ ଅଗ୍ନି-୫ ମିସାଇଲର ଲମ୍ବ ୧୭ ମିଟର ଥିବା ବେଳେ ଚଉଡ଼ା ମିଟର ରହିଛି । ଏହି ମିସାଇଲ ଏକ ଟନରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ନେବାକୁ ସକ୍ଷମ ।