ଜଙ୍ଗଲ ଜମି ଉପରେ ଅଧିକାର ଦାବି କରି ଆଦିବାସୀଙ୍କ ମେଳି ! ହାତରେ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ

43

କନକ ବ୍ୟୁରୋ : ଜଙ୍ଗଲ ଜମି ଉପରେ ଅଧିକାର ଦାବୀ କରି ଆଦିବାସୀଙ୍କ ମେଳି । ହାତରେ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଆଦିବାସୀ । ନୂଆପଡା ମିନିଷ୍ଟାଡିଅମ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜାତିୟ ରାଜପଥ ୩୫୩ କୁ ଅବରୋଧ କରିଥିଲେ । ଏହି ସଂଗଠନ ଅଣ ପଞ୍ଜିକୃତ ହୋଇଥିଲେ ମଧ୍ୟ ଦିର୍ଘ ୧୭ ବର୍ଷ ହେବ ଜଙ୍ଗଲ ଅଧିକାର ଉପରେ କାମ କରି ଆସୁଅଛି ।

୨୦୦୬ରେ ଭାରତ ସରକାରଙ୍କ ଦ୍ୱାରା ଦେଶରେ ଜଙ୍ଗଲ ଅଧିକାର ଆଇନ ତିଆରି କରି ଆଦିବାସି ଏବଂ ଅନ୍ୟାନ୍ୟ ସମସ୍ତ ବର୍ଗର ଲୋକଙ୍କ ଜମିର ସ୍ୱୀକୃତି ପତ୍ର ପ୍ରଦାନ ବ୍ୟବସ୍ଥା ରହିଥିବା ବେଳେ ବନ ବିଭାଗ ସରକାରଙ୍କ ଜଙ୍ଗଲ ଅଧିକାର ଆଇନକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ଚାଲିଥିବା ଅଭିଯୋଗ କରିଛନ୍ତି । ତେବେ ସରକାର ଠାରୁ ନିଜର ଅଧିକାର ଛଡାଇବା ପାଇଁ ଚଳିତ ବର୍ଷ ଜାନୁଆରି ମାସରେ ଜିଲ୍ଲାପାଳ ଅଫିସ ଘେରାଉ କରିଥିବା ବେଳେ ଜୁନ ମାସ ଶେଷ ସୁଦ୍ଧା ସମସ୍ତ ଦାବୀ ପୂରଣ କରାଯିବ ବୋଲି କହିଥିବା ବେଳେ ଆଜିସୁଦ୍ଧା ତାହା ପୂରଣ ହୋଇନାହିଁ ।

ମୂଖ୍ୟ ଦାବୀ ଭାବରେ ଅଣ ପାରମ୍ପାରିକ ଆଦିବାସୀ ମାନଙ୍କୁ ତୁରନ୍ତ ପଟ୍ଟା ଦେବା ସହ ଯେଉଁ ଆଦିବାସୀ ମାନେ ପଟ୍ଟା ପାଇବାରୁ ବଂଚିତ ଅଛନ୍ତି ତାଙ୍କୁ ତୁରନ୍ତ ପଟ୍ଟା ଦିଆଯାଉ । ଏପଟେ କିଛି ଗାଁରେ ସମ୍ପୂର୍ଣ୍ଣ ପଟ୍ଟା ପାଇ ନାହାନ୍ତି । ଏହାସହ ପଡୋଶୀ ରାଜ୍ୟ ଛତିଶଗଡ ଭଳି ଓଡିଶାରେ ମଧ୍ୟ ପହରିଆ ଜାତିକୁ ଆଦିବାସି ମାନ୍ୟତା ଦେବାକୁ ଦାବୀ ହୋଇଛି ।