୪ ଦିନିଆ ରିମାଣ୍ଡରେ ଗଲେ ଅଭିଜିତ୍ ଆୟାର । କେଉଁ ଉଦ୍ଦେଶ୍ୟରେ ଓ କାହା ପ୍ରରୋଚନାରେ ଏଭଳି ବୟାନ ଦେଇଥିଲେ ତାହାର ଖୋଳତାଡ କରିବ କୋଣାର୍କ ପୋଲିସ

24

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଅଭିଜିତ୍ ଆୟର । କୋଣାର୍କ ପୋଲିସ ଆଜି ଅଭିଜିତ୍ ଆୟର ମିତ୍ରଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି । ଏହି ୪ ଦିନ ମଧ୍ୟରେ ପୋଲିସ ତାଙ୍କୁ ପଚରାଉଚରା କରିବ । ବିଶେଷ କରି ଅଭିଜିତ୍ ଆୟର, କୋଣାର୍କ ସମ୍ବନ୍ଧରେ ଦେଇଥିବା ଅରୁଚିକର ମନ୍ତବ୍ୟ ଏବଂ ବିବାଦୀୟ ଭିଡିଓକୁ ନେଇ ପୋଲିସ ତାଙ୍କୁ ପଚରା ଉଚରା କରିବ । କେଉଁ ଉଦ୍ଦେଶ୍ୟରେ ଅଭିଜିତ୍ ଏଭଳି ମନ୍ତବ୍ୟ ଦେଇଛନ୍ତି, କାହା ପ୍ରରୋଚନାରେ ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେ ନେଇ ଜାଣିବାକୁ ଉଦ୍ୟମ କରିବ କୋଣାର୍କ ପୋଲିସ । ଗିରଫ ହେବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅଭିଜିତ୍ ଆୟର ।

ଉଲ୍ଲେଖଯୋଗ୍ୟ, ଅଭିଜିତ୍ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆେବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ। ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ କମିସନରେଟ ପୁଲିସ ତାଙ୍କୁ ଗିରଫ କରିଥିଲା।