ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ । ୬ ଦଫା ଦାବି ନେଇ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଧାରଣା ।

37

କନକ ବ୍ୟୁରୋ: ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ । ରାଜ୍ୟରେ କାର୍ଯ୍ୟରତ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଆଜି ଠାରୁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୬ ଦଫା ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଦ୍ୱାରା ରାଜ୍ୟର ସମସ୍ତ ଫାୟାର ଷ୍ଟେସନ ଠପ୍ ରହିଛି ବୋଲି ସୁଚନା ମିଳିଛି ।

ସୁଚନା ମୁତାବକ ଓଡିଶା ପୁଲିସ ମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଂଟା ଡ୍ୟୁଟି ପ୍ରଦାନ ତଥା ନିଯୁକ୍ତି ଚାର୍ଟ ନିର୍ଘଣ୍ଟ, ଖାଲି ପଦବୀ ପୂରଣ କରିବା ଦାବି କରିଛନ୍ତି ଆନ୍ଦୋଳନରତ ଅଗ୍ନିଶମ କର୍ମଚାରୀ । କେବଳ ଏତିକି ନୁହେଁ ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଂଜୀକରଣ ମାନ୍ୟତା ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ଭଳି ଦାବି ରହିଛି ।

ରାଜ୍ୟ ସରକାରଙ୍କୁ ବିଭିନ୍ନ ଦାବି ସମ୍ପର୍କରେ ପୂର୍ବରୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି । ଶେଷରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏହି ସବୁ ଦାବିକୁ ପୂରଣ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଅଗ୍ନିଶମ କର୍ମଚାରୀ ।