YouTubeରେ ଖୁବ ସହଜରେ ରୋଜଗାର କରିହେବ ଲକ୍ଷାଧିକ ଟଙ୍କା ! ଆସିଲା ନୂଆ ଫିଚର୍ସ, ଜାଣନ୍ତୁ ପ୍ରକ୍ରିୟା ।

18
ଭିଡିଓ ତିଆରି କରି ୟୁଟ୍ୟୁବରେ ପୋଷ୍ଟ କରୁଥିବା ଲୋକମାନଙ୍କୁ ୟୁଟ୍ୟୁବ ଠିକ ଭାବରେ ଟଙ୍କା ଦେଉନଥିବା କଥା ପୂର୍ବରୁ ଆଲୋଚନା ଚାଲିଥିଲା । କିନ୍ତୁ ୟୁଟ୍ୟୁବ ଲୋକମାନଙ୍କୁ ଏବେ ଟଙ୍କା କମାଇବାର ଏକ ନୂଆ ସୁଯୋଗ ଦେଇଛି । ଲୋକମାନଙ୍କୁ ରୋଜଗାରର ନୁଆ ସ୍ରୋତ ପ୍ରଦାନ କରିବା ପାଇଁ ୟୁଟ୍ୟୁବ ଏକ ଫିଚର୍ସ ବାହାର କରିଛି, ଯାହା ସାହାଯ୍ୟରେ ଲୋକମାନେ ୟୁଟ୍ୟୁବ ବିଜ୍ଞାପନକୁ ଛାଡି ମେମ୍ବରସିପ ସେଲ୍ କରି ମଧ୍ୟ ଟଙ୍କା କମାଇପାରିବେ ।
ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଧିକାରୀ ନୀଳ ମୋହନଙ୍କ କହିବା ଅନୁସାରେ, ୟୁଟ୍ୟୁବର ଏହି ସେବାରେ  ବର୍ତ୍ତମାନ ବିଜ୍ଞାପନରେ ଅଧିକ ଇନକମ ହୋଇଥାଏ । ଏବେ ମଧ୍ୟ ବିଜ୍ଞାପନରେ ଅଧିକ ଆୟ ହେଉଛି କିନ୍ତୁ ଆମେ ବିଜ୍ଞାପନକୁ ଛାଡି କିଛି ଉନ୍ନତମାନର ଫିଚର ଏହି ସେବାରେ ଯୋଡିବାକୁ ଚାହୁଁଛୁ । ଯାହା ଦ୍ୱାରା ଭିଡିଓ ପୋଷ୍ଟ କରୁଥିବା ଲୋକମାନେ ଅଧିକ ଉପକୃତ ହୋଇପାରିବେ । ଯେଉଁ ଚ୍ୟାନେଲର ୧ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିବେ ସେହି ବ୍ୟକ୍ତି ପେଡ ସବକ୍ରିପସନ୍ ମଧ୍ୟ ଆରମ୍ଭ କରିପାରିବେ । ଏବଂ ନିଜ ସବସ୍କ୍ରାଇବରଙ୍କ ଠାରୁ ୪.୯୯ ଡଲାର ମାସିକ ଶୁଳ୍କ ନେଇପାରିବେ । କେବଳ ସେତିକି ନୁହେଁ କମ୍ପାନୀର କହିବା ଅନୁସାରେ ଭିଡିଓ ପୋଷ୍ଟ କରୁଥିବା ବ୍ୟକ୍ତି ବିଶେଷ ମାନେ ଭିଡିଓ ପୋଷ୍ଟ କରିବା ସହିତ ଚ୍ୟାନେଲରେ ସାର୍ଟ ଏବଂ ମୋବାଇଲ ଭଳି ଜିନିଷ ମଧ୍ୟ ବିକ୍ରି କରି ଟଙ୍କା ଇନକମ କରିପାରିବେ ।