ଚିନ୍ତା ବଢାଇଲେ ଦିଲ୍ଲୀ–ମୁମ୍ବାଇ : ୨୪ ଘଂଟାରେ ମୁମ୍ବାଇରେ ବଢିଛି ୭୦ % ଓ ଦିଲ୍ଲୀରେ ବଢିଛି ୫୦ % କରୋନା ସଂଖ୍ୟା

ଜାତୀୟ ରାଜଧାନୀରେ ଜାରି ହେଲା ୟେଲୋ ଆଲର୍ଟ; ଫେରିଲା କଟକଣା, ସେପଟେ ଦୁଇଦିନରେ ଓଡିଶାରେ କରୋନା ମାମଲା ବଢିଛି ୩୯ % 

95

କନକ ବ୍ୟୁରୋ : ଚିନ୍ତା ବଢାଇଲେଣି ମେଟ୍ରୋ ସହର ।  ଦିଲ୍ଲୀ ଓ ମୁମ୍ବାଇରେ କରୋନା ମାମଲା  ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ମୁମ୍ବାଇରେ ୭୦ ପ୍ରତିଶତ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି । ସେହିଭଳି ଦିଲ୍ଲୀରେ ଗତ ୨୪ ଘଂଟା ତୁଳନାରେ ୫୦ ପ୍ରତିଶତ ଅଧିକ କରୋନା ମାମଲା ଆସିଛି । ମୁମ୍ବାଇରେ ୨୪ ଘଂଟା ମଧ୍ୟରେ ୧୩ ଶହ ୭୭ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ୨୦ ଦିନରେ ମୁମ୍ବାଇରେ କରୋନା ସଂକମ୍ରଣ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୮ରେ ମହାରାଷ୍ଟ୍ରରେ ମୋଟ ୬ ହଜାର ୩୦୦ କୋଭିଡ ସଂକ୍ରମିତ ଥିଲେ । ଯାହା ଏବେ ୧୦ ହଜାରରୁ ଅଧିକ ରହିଛି । ସେହିଭଳି ଦିଲ୍ଲୀରେ ସୋମବାର ୨୪ ଘଂଟାରେ ୩୩୧ କରୋନା ଆକ୍ରାନ୍ତ ହୋଇଥିଲେ । ତେବେ ମଙ୍ଗଳବାର ୪୯୬ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି । ୬ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦିଲ୍ଲୀରେ  ଏତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦ୍ୱିତୀୟ ଲହରଠାରୁ ୨୧ ପ୍ରତିଶତରୁ ଅଧିକ ବେଗରେ ବ୍ୟାପୁଛି ସଂକ୍ରମଣ ।

ଏପଟେ ଓଡିଶାରେ କରୋନା ମାମଲା ବଢିଛି ୩୯ ପ୍ରତିଶତ । ୨୬ ତାରିଖରେ ଏହି ସଂଖ୍ୟା ୧୧୨ ଥିଲା । ୨୭ ତାରିଖରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩କୁ ପଂହଚିଥିଲା  । ୨୭ ତାରିଖରେ ୧୦ ପ୍ରତିଶତ ଅଧିକ କରୋନା ଆକ୍ରନ୍ତା ଚିହ୍ନଟ ହୋଇଥିଲେ । ୨୮ ତାରିଖ ଅର୍ଥା ଆଜି ୧୫୬ ମାମଲା ଚିହ୍ନଟ ହୋଇଛି । ୨୮ ତାରିଖରେ  ୨୧ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୬ଠାରୁ ୨୮ ତାରିଖ ଭିତରେ ୩୯ ପ୍ରତିଶତ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।