ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଭରତପୁର ଥାନା ଏକ ବସ୍ତିରୁ ଝୁଲନ୍ତା ମୃତଦେହ ଜବତ । ମହିଳା ବାନ୍ଧବୀ ଫେରାର ।

839

କନକ ବ୍ୟୁରୋ: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅଧିନ ଏକ ବସ୍ତିର ଘଟଣା । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ । ଗତ ଗୁରୁବାର ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ, ଗତକାଲି ରାତିରେ ମୃତଦେହ ଠାବ ହୋଇଛି । ସେପଟେ ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ତଦନ୍ତ କରୁଥିବାବେଳେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛି ଭରତପୁର ପୋଲିସ । ଏହାଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ୍ ସୂଚନା ଦେଇଛି ।