ପୁରୀରେ ପହଞ୍ଚିଲା ରଥକାଠ । ରଥର ଗୟଳ, ଦଣ୍ଡା ଏବଂ ଅଖ କାର୍ଯ୍ୟରେ ହେବ ବ୍ୟବହାର ।

52

କନକ ବ୍ୟୁରୋ: ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇ ରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ୧୫୨ କାଠ ରଥଖଳାରେ ଏବଂ ୩୩ ଟି କାଠ କରତ କଳରେ ପହଞ୍ଚିି ସାରିଛି ।