ୱାଙ୍ଖଡେରେ କେକେଆର କଲା କମାଲ । ୧୨ ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ହେଲା ବିଜୟୀ ।

167

କନକ ବ୍ୟୁରୋ: ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରେ ପ୍ଲେଅଫ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛି । ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଚଳିତ ସିଜିନ ଆରମ୍ଭରୁ ବିବାଦ ଘେରରେ ଥିବା ଦଳ ‘କର ବା ମର’ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୨୪ ରନରେ ପରାସ୍ତ ହୋଇଛି । ଫଳରେ ଦଳ ୧୧ଟି ମ୍ୟାଚ୍ ଖେଳି ୮ଟି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ସେହିପରି ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ କୋଲକାତା ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇକୁ ପରାସ୍ତ କରିବାରେ ସଫଳ ହୋଇଛି ।

୧୨ ବର୍ଷ ତଳେ ୱାଙ୍ଖଡେ ଷ୍ଟାଡିୟମରେ କୋଲକାତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଏହାପରେ କୋଲକାତା ଯେତେବେଳେ ବି ଏହି ପଡ଼ିଆରେ ମୁମ୍ବାଇକୁ ଭେଟିଛି, ସେତେବେଳେ ପରାଜିତ ହୋଇଥିଲା । ଏହି ମ୍ୟାଚ୍ ଯେଭଳି ଆରମ୍ଭ ହେଲା, ଦଳକୁ ଆଉ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନେ ହେଉଥିଲା କିନ୍ତୁ ପ୍ରଥମେ ଭେଙ୍କଟେଶ ଆୟର ଓ ମନୀଷ ପାଣ୍ଡେ ପରେ ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ ଓ ମିଚେଲ ଷ୍ଟାର୍କ ମୁମ୍ବାଇର ରେକର୍ଡକୁ ଭାଙ୍ଗି ଦେଇଥିଲେ । ଚଳିତ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଏହା ସପ୍ତମ ବିଜୟ ଏବଂ ୧୪ ପଏଂଟ ସହ ଦଳ ଦ୍ୱିତୀୟ ସ୍ଥାନକୁ ସୁଦୃଢ଼ କରିଛି । ଏଥିସହିତ ଦଳ ପ୍ଲେଅଫ୍ ଭଳି ଆଉ ଏକ ପଦକ୍ଷେପ ନେଇଛି । ଏବେ କେକେଆରକୁ ଆଉ ଗୋଟିଏ ବିଜୟ ଦରକାର, ଯାହା ସ୍ଥାନ ପକ୍କା କରିବ ।