ମୃତ୍ୟୁକୁ ମାତ ଦେଇଥିବା ଅଭିନେତା ! କିଏ ସୁଟିଂ ସେଟରେ ଛୁରାମାଡ ଖାଇଥିଲେ ତ କିଏ ହୋଇଥିଲେ ବଡ ଦୁର୍ଘଟଣାର ଶିକାର

80

କନକ ବ୍ୟୁରୋ : ମୃତ୍ୟୁ କାହାକୁ କେମିତି ବି ଆସିପାରେ । ହେଲେ ଭାଗ୍ୟ ଭଲ ଥିଲେ, କିଏ ବର୍ତ୍ତି ଯାଉଛି ତ ଆଉ କିଏ ଜୀବନ ହାରୁଛି । ହେଲେ ବଲିଉଡର ଏମିିତି କିଛି ସେଲିବ୍ରିଟି ଅଛନ୍ତି ଯିଏକି ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । କହିବାକୁ ଗଲେ ମୃତ୍ୟୁକୁ ମାତ୍ ଦେଇଛନ୍ତି । ଏଇ ଯେମିତି ନିକଟରେ ସଲମାନଙ୍କ ସହ ହେଇଛି । ସଲମାନ ଖାନଙ୍କ ଜନ୍ମ ଦିନ ଆଗରୁ ତାଙ୍କ ଫାର୍ମ ହାଉସରେ ସାପ କାମୁଡା ଘଟଣା ତାଙ୍କ ଫ୍ୟାନଙ୍କୁ ବ୍ୟଥିତ କରିଛି ।

ନିଜ ପ୍ରିୟ ଅଭିନେତାକୁ ସାପ କାମୁଡିଛି ଶୁଣିଲା ପରେ ଫ୍ୟାନ୍ସ ତାଙ୍କ ଶୁଭ ମନାସିଥିଲେ । ତେବେ ସଲମାନଙ୍କୁ ସାପ କାମୁଡିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଭାଗ୍ୟ ଭଲ ସାପଟି ବିଷାକ୍ତ ନଥିଲା । ତେଣୁ ତୁରନ୍ତ ତାଙ୍କର ଚିକିତ୍ସା ଆରଂଭ ହେଇଗଲା । ତେବେ ଭାଗ୍ୟ ଭଲ ସଲମାନଙ୍କର କିଛି ହେଲା ନାହିଁ, କିନ୍ତୁ ଏହି ଘଟଣା ପରେ ପୁଣି ଥରେ ମନେ ପଡିଗଲା କିଛି ସେଲିବ୍ରିଟିଙ୍କ କଥା, କେମିତି କିଛି ସେଲିବ୍ରିଟି ମୃତ୍ୟୁ ମୁଖରୁ ବଂଚି ଯାଇଛନ୍ତି ।

ଅମିତାଭ ବଚ୍ଚନ : ୧୯୮୨ ମସିହାରେ ଫିଲ୍ମ କୁଲିର ଶୁଟିଂ ବେଳେ ଅମିତାଭ ବଚ୍ଚନ ଏକ ବଡ ଦୁର୍ଘଟଣାର ଶୀକାର ହେଲେ । ସୁଟିଂ ସେଟରେ ଅମିତାଭ ଓ ପୁନିତ ଇସାରଙ୍କର ଏକ ଫାଇଟ୍ ସିନ୍ ବେଳେ ଅମିତାଭ ଛୁରା ମାଡର ଶୀକାର ହେଇଥିଲେ , ଏହାପରେ ସେ ଗୁରୁତର ଭାବେ ଆହତ ହେଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଏହାପରେ ତାଙ୍କର ସର୍ଜରୀ କରାଗଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ୫୯ ଦିନ ଯାଏଁ ଆଇସିୟୁରେ ରଖାଯାଇଥିଲା । ଏହି ସମୟରେ ପୁୁରା ଇଣ୍ଡଷ୍ଟ୍ରିରେ ହଇଚଇ ଖେଳିଗଲା । ଏହାପରେ ଅମିତାଭଙ୍କ ଶୁଭ ମନାସି ତାଙ୍କ ଫ୍ୟାନ୍ସ ମାନେ ପୂଜାର୍ଚନା କରିଥିଲେ । ତେବେ ପରବର୍ତି ସମୟରେ ଏହି ସ୍ଥିତିରୁ ବର୍ତି ଅମିତାଭ ପୁଣି ସିଲଭର ସ୍କ୍ରିନକୁ ଫେରିଥିଲେ ।

ଜନ ଅବ୍ରାହମ :  ଫିଲ୍ମ ସୁଟ ଆଉଟ୍ ଆଟ୍ ୱଡାଲାର ସୁଟିଂ ବେଳେ ଜନ ଏମିତି ଏକ ସ୍ଥିତିରୁ ପାର ପାଇଥିଲେ । ଏହି ଫିଲ୍ମର ସୁଟିଂ ବେଳେ ଅନିଲ କପୁର ଦେଢ ମିଟର ଦୂରରୁ ବ୍ଲାକ ବୁଲେଟ ଚଳାଇଥିଲେ । ଏହି ସମୟରେ ଜୋରରେ ବିସ୍ଫୋରଣ ହୋଇତିଲା । ତେବେ ଏତେ ନିକଟରୁ ଗୁଳି ବାଜିଥିବାରୁ ଏହି ଘଟଣାରେ ଜନ ଗୁରୁତର ଆହତ ହୋଇଥିଲେ । ତେବେ ଗୁଳିଟି ଜନଙ୍କ ବାମ ପଟ ବେକରେ ଟିକେ ବାଜି କି ଯାଇଥିଲା, ମାନେ ଟିକେ ଏପଟ ସେପଟ ହେଲେ ପରିସ୍ଥିତି କଣ ହେଇଥାନ୍ତା । ହେଲେ ଏତେ ବଡ ବିପଦରୁ ଟିକେ ଟିକେ ରେ ବର୍ତିଗଲେ ଜନ୍ ।

ହ୍ରିତିକ ରୋସନ : କ୍ରିସ ଫିଲ୍ମର ଏକ ସିନରେ ହ୍ରିତିକ ରୋଶନଙ୍କୁ ଏକ ଉଚା ବିଲଡିଂରେ ଲାଗିଥିବା ଏକ ତାରରେ ଝୁଲିବାର ସିନ ଥିଲା, ହେଲେ ଦୁର୍ଭାଗ୍ୟ ବଶତଃ ଏହି ତାରଟି ଛିଡିଗଲା । ଫଳରେ ହ୍ରିତିକ ୫୦ ଫୁଟ ଉଚାରୁ ଖସି ଗୁରୁତର ଆହତ ହେଇଥାନ୍ତେ, ହେଲେ ଭାଗ୍ୟ ଭଲ ଶେଷ ମୁହୁର୍ତରେ ସେ ବର୍ତିଗଲେ ।

ସୈଫ ଅଲ୍ଲୀ ଖାନ : ଫିଲ୍ମ କ୍ୟା କେହେନାର ସୁଟିଂ ବେଳେ ସୈଫ ସେମିିତି ମୃତ୍ୟୁର ସାମ୍ନା କରିଥିଲେ । ଏହି ଫିଲ୍ମମର ଏକ ଷ୍ଟଂଟ ସିନ ବେଳେ ଗବୀର ଆଘାତ ଲାଗିଥିଲା ସୈଫଙ୍କୁ । ତାଙ୍କ ମୁଣ୍ଡ ଏକ ପଥରରେ ପିଟି ହେଇଗଲା । ଏହାପରେ ତାଙ୍କୁ ତୁରନ୍ତ କ୍ର୍ୟୁ ମେମ୍ବରସ ହସ୍ପିଟାଲ ନେଇଯାଇଥିଲେ, ତାଙ୍କ ମୁଣ୍ଡରେ ଶହେ ଟି ଷ୍ଟିଚ୍ ପଡିଥିଲା ।

ଶାହାରୁଖ ଖାନ : କିଙ୍ଗ ଖାନ ଏକ ସାକ୍ଷାତକାରରେ କହିଥିଲେ କି କେମିତି , ଫିଲ୍ମ କୋୟଲାର ସୁଟିଂ ବେଳେ ସେ ମରୁ ମରୁ ବଂଚିଛନ୍ତି । ଫିଲ୍ମରେ ଏକ ସିନରେ ଶାହାରୁଖ ଦୌଡୁଥିବେ ଓ ହେଲିକପଟର ତାଙ୍କ ପିଛା କରୁଥିବ । ଆଉ ହେଲିକ୍ପଟରଟି ଶାହାରୁଖଙ୍କ ମୁଣ୍ଡ ଉପର ଦେଇ ଯିବ ଓ ସେ ନିଜର କାରନାମା ଦେଖାଇବେ, ହେଲେ , ଯେତବେଳେ ହେଲିକପଟରଟି ଶାହାରୁଖଙ୍କ ମୁଣ୍ଡ ଉପର ଦେଇ ଗଲା ସେ ସେତବେଳେ ଆହତ ହେଇ ପଡିଯାଇତିଲେ । ସେହିପରି ଏହି କୋୟଲା ଫିଲ୍ମ ବେଳେ ସେ ନିଆଁ ଭିତରେ ବି ଫଶିଯାଇଥିଲେ, ହେଲେ ସାଂଗେ ସାଂଗେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଲଗାତାର ମୃତ୍ୟୁକୁ ସାମ୍ନା କରିବା ପରେ ଡରି ଯାଇଥିଲେ ଶାହାରୁଖ । ତେବେ କେବଳ ଅଭିନେତା ନୁହଁନ୍ତି, ଅଭିନେତ୍ରୀ ମାନେ ବି ମୃତ୍ୟୁ ମୁଖରୁ ବର୍ତ୍ତିଛନ୍ତି ।

ପ୍ରିତି ଜିଂଟା : କଲମ୍ବୋରେ ଏକ ଇଭେଂଟରେ ପରଫର୍ମ କରୁଥିବା ବେଳେ ଅତି ନିକଟରେ ବମ୍ ବିସ୍ପୋରଣ ହୋଇତିଲା ହେଲେ ପ୍ରିତି ବର୍ତ୍ତି ଯାଇତିଲେ । ସେମିତି ପ୍ରିତୀ ଥାଇଲାଣ୍ଡରେ ଥିବା ବେଳେ ସୁନାମୀ ଆସିଥିଲା ହେଲେ ସେ ଏହି ସମୟରେ ସୁରକ୍ଷିତ ଥିଲେ । ଦୁଇ ଦୁଇ ଥର ମୃତ୍ୟକୁ ଛୁଇଁ ଫେରି ଆସିଥିଲେ ପ୍ରିତୀ ।

ହେମା ମାଲିନୀ : ମଥୁରାରେ କାର ଦୁର୍ଘଟଣାର ସାମ୍ନା କରିଥିଲେ । ତାଙ୍କ ଗାଡି ସହ ଆଉ ଏକ ଗାଡି ଧକ୍କା ହେଇଥିଲା । ହେଲେ ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ ହେମା ।

ସନ୍ନି ଲିଓନି : ୨୦୧୭ରେ ସନ୍ନି ଯାଉଥିବା ଏକ ପ୍ଲେନ କ୍ରାସ ହେବାରୁ ଅଳ୍ପକେ ବର୍ତିଗଲା । ଏହି ଖବରକୁ ଟ୍ୱିଟ କରିଥିଲେ ସନ୍ନି । ସେ ଲେଖିଥିଲେ କି ଆମ ପ୍ଲେନ କ୍ରାସ୍ କରିଯାଇଥାନ୍ତା । ଆମେ ସମସ୍ତେ ଧରିନେଇଥିଲୁ କି ମୃତ୍ୟୁ ସୁନିଶ୍ଚିତ । ହେଲେ ଶେଷ ମୁହୁର୍ତରେ ପାଇଲଟ ନିଡର ଉପସ୍ଥିତ ବୁଦ୍ଧି ଯୋଗୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଦେଇଥିଲେ ଓ ସମସ୍ତେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ । ତେବେ ଏହି ସବୁ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ କି ରଖେ ହରି ତ ମାରେ କିଏ !