ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପାର୍ଥୀ କଲେ ବିରୋଧୀ: ଏନଡିଏର କିଏ ହେବ ପ୍ରାର୍ଥୀ? ଚାଲିଛି କସରତ 

146

କନକ ବ୍ୟୁରୋ: ଯଶୱନ୍ତ ସିହ୍ନା ହେଲେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ଏନେଇ ଘୋଷଣା କଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜନ ଖଡଗେ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯଶୱନ୍ତ ସିହ୍ନାଙ୍କ ନାମ ଘୋଷଣା ହୋଇଛି । ଏନେଇ କିଛି ସମୟ ପୂର୍ବରୁ ମିଳିତ ବିରୋଧୀଙ୍କ ବୈଠକ ବସିଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଦେଶର ସର୍ବୋଚ୍ଚ ପଦବୀ ପାଇଁ କାହାକୁ କରିବେ ପ୍ରାର୍ଥୀ ଏନେଇ ଗତ କିଛିଦିନ ଧରି ସସ୍ପେନ୍ସ ଜାରି ରହିଥିଲା । ସବୁ ସସପେନ୍ସରୁ ପର୍ଦା ଉଠିଛି ।

ସୂଚନା ଅନୁସାରେ ୧୯ ବିରୋଧୀ ଦଳ ତାଙ୍କ ନାଁ ଉପରେ ସହମତି ପ୍ରକାଶ କରିଛନ୍ତି । ସେପେଟେ ଏନଡିଏର କିଏ ହେବ ରାଷ୍ଟ୍ରପତି ପାର୍ଥୀ ସେନେଇ ଦିଲ୍ଲୀରେ ହୋଇଛି ସଂସଦୀୟ ଦଳ ବୈଠକ । କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବ ସେନେଇ ଆଲୋଚନା ପରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ରାଷ୍ଟପ୍ରତି ନିର୍ବାଚନି ନାମାଙ୍କନ ଦାଖଲ ଜୁ୍ନ ୨୯ ଧାର୍ଯ୍ୟ ହୋଇଥିବା ବେଳେ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବୈଠକରେ ଯୋଗଦବେ । ୭ ଜଣିଆ ଏହି ସଂସଦୀୟ ବୋର୍ଡରେ ମୋଦୀ  ଓ ଶାହଙ୍କୁ ଛାଡି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଛନ୍ତି । ଭେଙ୍କୟା ନାଇଡୁଙ୍କୁ ଏନଡିଏ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି

ଯଶୱନ୍ତ ସିହ୍ନା

– ପୂର୍ବତନ କେନ୍ଦ୍ରମନ୍ତ୍ରୀ 

– ୧୯୯୦-୯୧ ରହିଥିଲେ ଅର୍ଥମନ୍ତ୍ରୀ 

– ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଥିଲେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ 

– ୨୦୧୮, ଏପ୍ରିଲ ୨୧ରେ ବିଜେପିରୁ ଦେଇଥିଲେ ଇସ୍ତଫା

– ମାର୍ଚ୍ଚ ୧୩, ୨୦୨୧ରେ ଟିଏମସିରେ ହୋଇଥିଲେ ସାମିଲ

– ଜନତା ଦଳରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିଅର

– ୧୯୮୬ରେ ରାଜ୍ୟସଭା ସାଂସଦ ଭାବେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ

– ତାପରେ ବିଜେପିରେ ସାମିଲ ହୋଇଥିଲେ