ବୈଜ୍ଞାନିକଙ୍କୁ ମିଳିଲା ଦୁନିଆର ସବୁଠାରୁ ପୁରୁଣା ରଙ୍ଗ : ଜାଣନ୍ତୁ କ’ଣ ?
ବୈଜ୍ଞାନିକମାନେ ଭୁଗର୍ଭ ରେକର୍ଡରୁ ଜ୍ଞାତ ଦୁନିଆର ସବୁଠାରୁ ପୁରୁଣା ରଙ୍ଗର ଗବେଷଣା କରିଛନ୍ତି । ପାଖାପାଖି ୧.୧ ଅରବ ବର୍ଷ ପୁରୁଣା ଏହି ଚଟଖା ଗୋଲାପି ରଙ୍ଗ ଆଫ୍ରିକାର ସାହାରା ମରୁଭୂମିରେ ବହୁତ ଗଭୀରରୁ ମିଳିଥିବା ପଥରରୁ ବାହାର କରାଯାଇଛି । ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭର୍ସିଟିର ନୂର ଗୁଏନେଲୀଙ୍କ କହିବାନୁସାରେ, ଏହି ରଙ୍ଗ ପଶ୍ଚିମ ଆଫ୍ରିକାର ମାରିଟାନିୟାରେ ତାଓଦେନୀ ବେସିନ୍ ର ସାମୁଦ୍ରିକ କଳା ପଥରରୁ ନିଆଯାଇଛି । ଯାହା ଏହା ପୂର୍ବରୁ ଗବେଷଣା କରାଯାଇଥିବା ରଙ୍ଗ ବର୍ଣ୍ଣ ରୁ ପାଖାପାଖି ଅଧା ବର୍ଷ ପୁରୁଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଚଟଖା ଗୋଲାପି ରଙ୍ଗବର୍ଣ୍ଣ କ୍ଲୋରୋଫିଲର ମୋଲିକ୍ୟୁଲାର ଜୀବାଶ୍ମ, ଯାହାର ଉତ୍ପାଦନ ସମୁଦ୍ରରେ ରହୁଥିବା ପ୍ରାଚୀନ ଫଟୋସିଂଥେସିସ୍ କରୁଥିବା ଜୀବମାନେ କରିଛନ୍ତି ଏବଂ ଏହି ଜୀବର ଅସ୍ତିତ୍ୱ ନରହିବା କାରଣରୁ ଦୀର୍ଘ ସମୟ ଧରି ତାହା ସେଇଠି ଥିଲା । ‘ପିଏନଏଏସ’ ମ୍ୟାଗେଜିନ୍ ମୁତାବକ, ଜୀବାଶ୍ମରୁ ମିଳୁଥିବା ରଙ୍ଗରେ ଗଭୀର ନାଲି ରଙ୍ଗ ଠାରୁ ଆରମ୍ଭ କରି ବାଇଗଣୀ ରଙ୍ଗ ଅଛି । କିନ୍ତୁ ଯେବେ ତାକୁ ତରଳ ପଦାର୍ଥ ମିଶାଇକି ପତଳା କରାଗଲା, ତେବେ ସେଥିରୁ ଚଟଖା ଗୋଲାପି ରଙ୍ଗ ମିଳିଲା ।