ବିଶ୍ୱ ପାଳୁଛି କର୍କଟ ଦିବସ : ପରିବର୍ତ୍ତିତ ଜୀବନଶୈଳୀ ଓ କୁଅଭ୍ୟାସ କର୍କଟର କାରଣ

98

କନକ ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ ଏବଂ ଖରାପ ଅଭ୍ୟାସ ଯୋଗୁ ଏବେ ବହୁମାତ୍ରାରେ ମାରାତ୍ମକ କାନସର ତଥା କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କ୍ୟାନସର ରୋଗ ସମ୍ପର୍କରେ ଜନ ଆନ୍ଦୋଳନ ସୃଷ୍ଟି ପାଇଁ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କର୍କଟ ଦିବସ । ତମ୍ବାଖୁ ସେବନ, ମଦ୍ୟପାନ, ଖାଦ୍ୟରେ ମିଶୁଥିବା ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ ଭୁତାଣୁଜନିତ ସମସ୍ୟା ଯୋଗୁଁ କ୍ୟାନସର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ସମସ୍ତଙ୍କ ପାଇଁ କର୍କଟ ରୋଗର ଚିକିତ୍ସା ଉପଲବ୍ଧ ପାଇଁ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ପଦଯାତ୍ରା କରାଯାଇଛି ।