ପୁଲିସ ଘରେ ମଦ କାରଖାନା । ବ୍ରାଣ୍ଡ ଅସଲି, ହେଲେ ମଦ ନକଲି

160

କନକ ବ୍ୟୁରୋ: ଦିଗପହଣ୍ଡି ଅଞ୍ଚଳରୁ ଜବତ ହୋଇଥିବା ନକଲି ମଦ ହେଉଛି ଜଣେ ପୁଲିସ କନଷ୍ଟେବଳଙ୍କର । ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ନକଲି ମଦକୁ ନେଇ ଚିନ୍ତା ବଢୁଥିବାବଳେ ଖୋଦ ପୁଲିସ କନଷ୍ଟେବଳଙ୍କ ଘରେ ଚାଲିଥିଲା କାରବାର । ବ୍ରହ୍ମପୁର ପୁଲିସ ଜିଲ୍ଲା ରିଜର୍ଭ ପୋଲିସର ବୋମା ସ୍କାର୍ଡରେ କାମ କରୁଥିଲେ ଚିନିମିନି ବାରିକ । କନଷ୍ଟେବଳଙ୍କ ସହ ୩ ଜଣକୁ ଗିରଫ କରିଛି ପୁଲିସ ।

  • କନଷ୍ଟେବଳ କେମିତି ମଦ କାରବାରରେ ହେଲେ ସଂପୃକ୍ତ?
  • କେବେଠାରୁ ଚାଲିଥିଲା ଏହି ମଦ କାରବାର
  • ରାକେଟ ପଛରେ ଆଉ କିଏ କିଏ ଅଛନ୍ତି ସାମିଲ?

ଶୁକ୍ରବାର ଦିନ ଯାଞ୍ଚ ବେଳେ ଏହି ପୂରା ରାକେଟ ବାବଦରେ ତଥ୍ୟ ମିଳିଥିଲା । ଯାହାର ଚେର ପହଁଚିଥିଲା କନଷ୍ଟେବଳଙ୍କ ଯାଏଁ । କଲର ଓ ହୋମିଓପାଥିକ ସ୍ପିରିଟି ଆଣି ଏଠାରେ ନକଲି ମଦ ପ୍ରସ୍ତୁତ ହେଉଥିଲା । ଆଉ ବାହାରୁ ଠିପି, ବୋତଲ ଓ ବିଭିନ୍ନ କମ୍ପାନୀର ସିଲ ଆଣି ଲେବୁଲ କରାଯାଉଥିଲା । ନକଲି ମଦର ଏହି କାରବାର ଚାଲିଥିଲା ମାସ ମାସ ଧରି ।