ଫସଲକୁ ବିପଦ ପାଲଟିଛି ଜଙ୍ଗଲୀ ବାରହା: ଡ୍ରମ୍ ବଜାଇ ଓ ମଂଚା ବାନ୍ଧି ଜଗି ବସିଛନ୍ତି ଚାଷୀ

100

କନକ ବ୍ୟୁରୋ: ଉଜୁଡି ଗଲାଣି ଏକର ଏକର ଫସଲ । ବର୍ଷ ସାରା ପରିଶ୍ରମ କରିଥିବା ଚାଷୀ ଅମଳ ସମୟରେ ସହୁଛି କ୍ଷତି । ରାଜକନିକାର ବିଭିନ୍ନ ପଂଚାୟତରେ ବାରହାଙ୍କ ଉତ୍ପାତ ବଢିବାରେ ଲାଗିଛି । ବାରହା କ୍ଷେତରେ ପଶି ଫସଲ ସବୁ ନଷ୍ଟ କରିଚାଲିଛି । ଫସଲକୁ ସୁରକ୍ଷା ଦେବାକୁ ଦିନ ରାତି ଫସଲ ସବୁ ଜଗିଛନ୍ତି ଚାଷୀ ମାନେ । କେଉଁଠି ଡ୍ରମ ବଜାଇ ବାରହା ଘଉଡାଉଛନ୍ତି ତ ଆଉ କେଉଁଠି ଠେଙ୍ଗା ଧରି ମଂଚା ଉପରେ ଜଗି ରହୁଛନ୍ତି ଚାଷୀ ମାନେ । ହେଲେ ସେମାନଙ୍କର ସମସ୍ତ ପରିଶ୍ରମ ବୃଥା ହୋଇଛି । ଚାଷ ଜମିରେ ବାରହା ପଶି ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି ଫସଲ ସୁରକ୍ଷା ନେଇ କାହାର ବି ନିଘା ନାହିଁ । ତେବେ ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିବା ଚାଷୀ ଋଣ କିଭଳି ସୁଝିବ ସେ ନେଇ ପଡିଛି ଚିନ୍ତାରେ । ଆଉ କିଛି ଚାଷୀ ସାହାଯ୍ୟ ସହଯୋଗ ନମିଳିଲେ ଆତ୍ମହତ୍ୟା କରିବାର ଚେତାବନୀ ବି ଦେଇଛନ୍ତି ।