କାହିଁକି ଅଶାନ୍ତ ହେଲା ସମ୍ବଲପୁର? ବିରୋଧୀ-ଶାସକ ମୁହାଁମୁହିଁ

1,345

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଗତ ୧୨ ତାରିଖରୁ ସମ୍ବଲପୁରରେ ଉତେଜନା ଜାରି ରହିଛି । ହିଂସାକାଣ୍ଡ ଓ ପୋଡ଼ାଜଳା, ସାସ୍କୃତିକ ସହରର ଶାନ୍ତି ନଷ୍ଟ କରିଛି । କର୍ଫ୍ୟୁ, ଇଂଟରନେଟ୍ ବନ୍ଦ, ସୀମା ସିଲ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପୁଲିସ ପ୍ରଶାସନ । ଏପଟେ ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ୧୨ ତାରିଖର ହିଂସା ପରେ ସମ୍ବଲପୁର ଯାଇଥିବା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଏଥିପାଇଁ ରାଜ୍ୟ ସରକାର ଓ ପୋଲିସକୁ ଦାୟୀ କରିଛନ୍ତି ।

ସମ୍ବଲପୁର ହିଂସା
ରାଜ୍ୟ ସରକାର ଓ ପୋଲିସକୁ ଦାୟୀ: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବିଜେପି ଭଳି ପ୍ରଶାସନକୁ ଦୋଷ ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଛନ୍ତି, ଗୁଇନ୍ଦା ବିଭାଗ ଫେଲ ମାରିବାରୁ ଏଭଳି ହିଂସା ଘଟିଲା ।
ସମ୍ବଲପୁର ହିଂସା
ଗୁଇନ୍ଦା ବିଭାଗ ଫେଲ ମାରିବାରୁ ହିଂସାକାଣ୍ଡ: ସାଲୁଜା
ଏପଟେ ସମ୍ବଲପୁର ହିଂସାକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁମାନେ ଗୁଜବ ସୃଷ୍ଟି କରୁଛି, ହିଂସାକୁ ବଢ଼ାଉଛନ୍ତି, ସେମାନଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆଯିବ ।
ସମ୍ବଲପୁର ହିଂସା
ଗୁଜବ ସୃଷ୍ଟି କରୁଥିବା, ହିଂସାକୁ ବଢ଼ାଉଥିବା ବ୍ୟକ୍ତିଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନିଆଯିବ: ଦେବୀ ମିଶ୍ର
ଗତ ୪ ଦିନ ହେଲା ସମ୍ବଲପୁରରେ କିପରି ରହିଛି ଘଟଣାକ୍ରମ, ତା’ ଉପରେ ନଜର ପକାନ୍ତୁ ।

ଉତ୍ତେଜନାରୁ କର୍ଫ୍ୟୁ ଯାଏଁ..
ଏପ୍ରିଲ ୧୨ ତାରିଖରେ ବିବାଦ ଆରମ୍ଭ
ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ବେଳେ ଉତ୍ତେଜନା
ପଥରମାଡ଼, ପୋଡ଼ାଜଳା ଓ ଭଙ୍ଗାରୁଜା
୧୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ସହ ୨୦ରୁ ଅଧିକ ଆହତ
୬ଟି ଥାନା ଅଂଚଳରେ ୧୪୪ ଧାରା ଘୋଷଣା
୪୮ଘଂଟା ପାଇଁ ଇଂଟରନେଟ୍ ସେବା ବନ୍ଦ
କଡ଼ା ସୁରକ୍ଷା ବଳୟରେ ୧୪ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା
୧୪ତାରିଖ ରାତିରେ ରିଂଗ ରୋଡ ନିକଟରେ ଯୁବକଙ୍କୁ ହତ୍ୟା ଅଭିଯୋଗ
ବିଳମ୍ବିତ ରାତିରେ ସମ୍ବଲପୁର ସହରରେ କର୍ଫ୍ୟୁ ଘୋଷଣା
୪୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ଆହୁରି ୪୮ ଘଂଟା ଇଂଟରନେଟ ସେବା ବନ୍ଦ
ସମ୍ବଲପୁର ଜିଲ୍ଲା ସୀମା ସିଲ୍
ପ୍ରବେଶ ପଥରେ କଡ଼ାକଡ଼ି ଯାଂଚ