ଚୀନକୁ ଏକ ଲକ୍ଷ ମାଙ୍କଡ଼ ରପ୍ତାନୀ କରିବ ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଶ୍ରୀଲଙ୍କା ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା

1,380

କନକ ବ୍ୟୁରୋ : ଚୀନ ଯିବେ ଶ୍ରୀଲଙ୍କା ମାଙ୍କଡ । ୧ ଲକ୍ଷ ମାଙ୍କଡ ଶ୍ରୀଲଙ୍କାରୁ ଚୀନ ଯିବା ନେଇ ସୂଚନା ମିଳିଛି । ଶ୍ରୀଲଙ୍କାରୁ ମାଙ୍କଡ ନେବାକୁ ଚୀନର ପ୍ରସ୍ତାବ ଦେଇଛି । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଶ୍ରୀଲଙ୍କା ତେଣୁ ମାଙ୍କଡ ମାନଙ୍କୁ ଚୀନକୁ ଦେଇ କିଛି ଅର୍ଥ ଉପାର୍ଜନ କରିବାକୁ ଯୋଜନା କରୁଛି ଶ୍ରୀଲଙ୍କା । ମାଙ୍କଡ ରପ୍ତାନୀ ନେଇ ୩ଟି ପର୍ଯ୍ୟାୟରେ ହୋଇଛି ଆଲୋଚନା । ଟୋକେ ମକାକ୍ ମାଙ୍କଡ ନେବାକୁ ଚାହୁଁଛି ଚୀନ । ଚୀନରେ ଥିବା ବିଭିନ୍ନ ଚିଡିଆଖାନାରେ ରହିବେ ଏହି ମାଙ୍କଡ । ଶ୍ରୀଲଙ୍କାରେ ଏବେ ଅଛନ୍ତି ୩୦ଲକ୍ଷରୁ ଏହି ପ୍ରଜାତିର ମାଙ୍କଡ ରହିଛନ୍ତି । ତେବେ ଏକଥାର ମଧ୍ୟ ଚର୍ଚ୍ଚା ହେଉଛି କି ବହୁ ମାତ୍ରାରେ ଫସଲ ନଷ୍ଟ କରୁଥିବାରୁ ମାଙ୍କଡ ରପ୍ତାନୀ କରିବ ଶ୍ରୀଲଙ୍କା । ଲୋକଙ୍କୁ ଆକ୍ରମଣ, ଖାଦ୍ୟ ଚୋରି, ଫସଲ ନଷ୍ଟ ଅଧିକ ହେଉଥିବାରୁ ଚିନ୍ତାରେ ଶ୍ରୀଲଙ୍କା ।