କାହିଁକି ସବୁ କ୍ୟାପଟେନ୍ ଦଳରେ ପୁରୁଣା ସିଷ୍ଟମ ପରିବର୍ତନ କରିବାକୁ ଚାହୁଁଛନ୍ତି ? ପ୍ରଶ୍ନ କଲେ ରବିନ୍ଦ୍ର ଜାଡେଜା, ଉତର ରଖିଲେ ଦିନେଶ କାର୍ତିକ

301

କନକ ବ୍ୟୁରୋ : ହାର୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରୋହିତ ଶର୍ମା ଯିଏ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ହେଉଛନ୍ତି ସମେସ୍ତ ଦଳରେ ପରିବର୍ତନ କରିବାକୁ ଚାହୁଁଛନ୍ତି । ଟିମରେ ପୁରୁଣା ସିଷ୍ଟମର କାହିଁକି ସମସ୍ତ କ୍ୟାପଟେନ୍ ପରିବର୍ତନ କରିବାକୁ ଚାହୁଁଛନ୍ତି ବୋଲି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଶ୍ନ କରିଛନ୍ତି । ଆଉ ଏହାର ବେଷ୍ଟ ଉତର ରଖିଛନ୍ତି ଦିନେଶ କାର୍ତିକ । ତେବେ ଜାଡେଜା ପ୍ରଶ୍ନ କରିଛନ୍ତି, ବିରାଟ କୋହଲିଙ୍କ ପରେ ଗତ ତିନି ବର୍ଷ ହେବ ସବୁ କ୍ୟାପଟେନ ଦଳରେ ପରିବର୍ତନ କରିବାକୁ ଚାହୁଁଛନ୍ତି । ରୋହିତ କ୍ୟାପଟେନ ହେବା ପରେ ଦଳରେ ପରିବର୍ତନ କରିବାକୁ ଚାହୁଁଥିଲେ ଏବେ ହାର୍ଦିକ ପାଣ୍ଡ୍ୟା ମଧ୍ୟ । ପୁରା ସିଷ୍ଟମରେ କଣ ଅସୁବିଧା ରହିଛି ବୋଲି ଜାଡେଜା ପ୍ରଶ୍ନ କରି୍ଥିଲେ ।

ଏହାର ଉତର ରଖି ଦିନେଶ କାର୍ତିକ କହିଛନ୍ତି, ନିକଟ ଅତିତରେ ଆଇସିସି ଟୁର୍ଣ୍ଣାମେଂଟରେ ଭାରତ ଭଲ ପଦର୍ଶନ କରିପାରୁନ୍ଥିବାରୁ ଦଳରେ ପରିବର୍ତନ କଥା ଉଠୁଛି । ୨୦୧୩ରୁ ଭାରତ କୌଣସି ଆଇସିସି ଟୁଣ୍ଣାମେଂଟ ଜିତିନାହିଁ । ତେଣୁ ଦଳର କଣ ଅସୁବିଧା ରହିଛି ତାର ପରିବର୍ତନ କରିବାର ଆବଶ୍ୟକତା ରହିଛି । ତେବେ ଜାଡେଜା ଏଭଳି ମନ୍ତବ୍ୟ ସେତେବେଳେ ଆସିଛି ଯେତେବେଳେ ତାଙ୍କର ବିକଳ୍ପ କୁହାଯାଉଥିବା ଅକ୍ସର ପଟେଲ ଫର୍ମରେ ଅଛନ୍ତି । ଗୁରୁବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ଅକ୍ସର ପଟେଲ ଶେଷ ଆଡକୁ ଆସିଥିଲେ ବି ଦଳ ପକ୍ଷରୁ ସର୍ବାଧିକ ୬୫ ରନ କରିଥିଲେ । ଆଉ ତାହା ପୁଣି ୩୦ଟି ବଲରେ । ହାର୍ଦିକ ପାଣ୍ଡ୍ୟା ଟି-୨୦ ଦଳର ଅଧିନାୟକ ହେବା ପରେ ଦଳରେ କିଛିଟା ଏକ୍ସପେରିମେଂଟ କରିଥିବା ଦେଖିବାକୁ ମିଳିଛି । ସ୍ପିନର ଅକ୍ସର ପଟେଲଙ୍କୁ ଶେଷ ଓଭରରେ ବୋଲିଂ ଦେବା । ଏବଂ ଗୋଟିଏ ମ୍ୟାଚରେ ଖରାପ ପଦର୍ଶନ ଯୋଗୁ ହର୍ଷଲ ପଟେଲଙ୍କ ସ୍ଥାନରେ ଅଶଦୀପ ସିଂଙ୍କୁ ଦଳରେ ସାମିଲ କରିବା ଦେଖିବାକୁ ମିଳିଛି ।