ନବ ଦାସଙ୍କୁ ଗୁଳିମାଡ ଘଟଣା : ଏଏସଆଇ ଗୋପାଳ ଦାସଙ୍କୁ ନେଇ ଆସିଲା ରୋଚକ ଖବର

2,080

କନକ ବ୍ୟୁରୋ : ନବ ଦାସଙ୍କୁ ଗୁଳିମାଡ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି । କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ତେବେ ଏହାରି ଭିତରେ ଏଏସଆଇ ଗୋପାଳ ଦାସଙ୍କୁ ନେଇ ରୋଚକ ଖବର ସାମ୍ନାକୁ ଆସିଛି । ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶିତ ହୋଇଛି । ୨୮ ବର୍ଷ ହେବ ସେ ପୋଲିସ ଚାକିରି କରିଛନ୍ତି । ଗଞ୍ଜାମରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୮ଜୁଲାଇ ୧୯୯୨ରେ ପ୍ରଥମେ ନିଯୁକ୍ତି ପାଇଥିଲେ । ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ୯, ୨୦୦୯ରେ ଏସଆଇକୁ ପଦୋନ୍ନତି ପାଇଥିଲେ ।

ପ୍ରଥମେ ଗଞ୍ଜାମ ପରେ ବ୍ରହ୍ମପୁରରେ ନିଯୁକ୍ତ ହୋଇଥିଲେ । ଏବେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ନିଯୁକ୍ତ ଥିଲେ । ତାଙ୍କ ସର୍ଭିସ ବୁକ୍ କହୁଛି ଭଲ କାମ ପାଇଁ ସେ ୧୨ ଥର ପୁରସ୍କାର ପାଇଛନ୍ତି । ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ପାଇଛନ୍ତି । କେବଳ ସେତିକି ନୁହେଁ ୮ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପାଇଛନ୍ତି । ଥରେ ମାତ୍ର ଛୋଟିଆ ଭୁଲ ପାଇଁ ଚେତାବନୀ ପାଇଥିଲେ । କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିଲେ ବୋଲି ସର୍ଭିସ ବୁକରେ ଉଲ୍ଲେଖ ନାହିଁ ।

ନବ ଦାସଙ୍କୁ ଗୁଳିମାଡ଼ କାହିଁକି ?

– ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଥିବା ଗୋପାଳ ଦାସ କାହିଁକି ମାରିଲେ ଗୁଳି
– ସର୍ବ ସମ୍ମୁଖରେ ହତ୍ୟା ପଛରେ କ’ଣ ରହିଛି କାରଣ ?
– ସ୍ଥାନୀୟ ପୋଲିସ ଓ ମନ୍ତ୍ରୀଙ୍କ ପରିବାର ଲୋକ ଚୁପ୍ କାହିଁକି ?
– ଗୁଳିମାଡ଼ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କରୁଥିଲେ କ’ଣ ?
– ମନ୍ତ୍ରୀଙ୍କ ପିଏସ୍ଓ ଆବଶ୍ୟକ ଟ୍ରେନିଂପ୍ରାପ୍ତ ଥିଲେ କି ନାହିଁ ?
– କ’ଣ କରୁଥିଲେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ?
– କୁଆଡେ ଯାଇଥିଲେ ବ୍ରଜରାଜନଗର ଥାନା ଅଧିକାରୀ ?
– ନବ ଦାସଙ୍କୁ ହିଁ କାହିଁକି ଟାର୍ଗେଟ୍ କରିଥିଲେ ଗୋପାଳ ?
– ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ୱରୁ କାହିଁକି ହଟାଯାଇଥିଲା ?
– କାହା ସୁପାରିଶରେ ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ?
– ନବ ଦାସଙ୍କ ସହ ଗୋପାଳଙ୍କ କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ?
– ହତ୍ୟା ପଛରେ ସେଭଳି କୌଣସି ରାଜନୈତିକ କାରଣ ନାହିଁ ତ ?
– ହତ୍ୟା ପଛରେ ବ୍ୟବସାୟିକ ଭାଗିଦାରୀ ଥିବା ବ୍ୟକ୍ତିଙ୍କ ସଂପୃକ୍ତି ନାହିଁ ତ ?