ପଞ୍ଜାବ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ : କ୍ୟାନସର ହସ୍ପିଟାଲ ଉଦଘାଟନ ବେଳେ କହିଲେ, ପୂର୍ବରୁ କରି ସାରିଛି ଉଦଘାଟନ୍

ଭିଡିଓ କନଫରେନସିଂରେ ସାମିଲ ହୋଇଥିଲେ ମୋଦି

311

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଟ୍ଟହଟ୍ଟା ହେବା ପରେ ଆଉ ଏକ ଝଟକା ଦେଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି କୋଲକାତା ସ୍ଥିତ ଚିତରଞ୍ଜନ କ୍ୟାନସର ହସ୍ପିଟାଲର ଦ୍ୱିତୀୟ ପରିସରର ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା । ଭର୍ଚୁଆଲ ମୋଡରେ ସାମିଲ ହୋଇ ଏହାର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ ଏହା ଦେଶର ୧୩୦ କୋଟି ଦେଶବାସୀଙ୍କ ସାମର୍ଥ୍ୟର ପ୍ରତୀକ । ଭର୍ଚୁଆଲ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।

ମୋଦି ଉଦଘାଟନ କରି ବକ୍ତବ୍ୟ ରଖିବା ପରେ ମମତା କହିଥିଲେ ଆଜି ପ୍ରଧାନମନ୍ତ୍ରୀ ଯେଉଁ ଯୋଜନାର ଉଦଘାଟନ କରିଛନ୍ତି ବହୁ ପୂର୍ବରୁ ରାଜ୍ୟ ସରକାର ତାର ଉଦଘାଟନ କରି ସାରିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଯେହେତୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେ ସେଥିପାଇଁ ସାମିଲ ହୋଇଛନ୍ତି । କୋଭିଡ୍ ସମୟରେ ଆବଶ୍ୟକତା ପଡିବାରୁ ସେ ଏହାର ଉଦଘାଟନ କରିବା ସହ କାର୍ଯ୍ୟରେ ଲଗାଇ ଦେଇଥିଲେ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି । ରାଜ୍ୟ ୭୧ ପ୍ରତିଶତ ଯୋଗଦାନ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇ ଥର ଫୋନ କରିବାରୁ ଯୋଗ ଦେଇଥିଲେ ।