ଆଜି ସାଢେ ୩ଟାରେ ଇସିଙ୍କ ପ୍ରେସମିଟ୍ । ୫ ରାଜ୍ୟରେ ନିର୍ବାଚନ ନେଇ ବଡ ଘୋଷଣା କରିପାରନ୍ତି କମିଶନ

97

କନକ ବ୍ୟୁରୋ : ଆଜି ଅପରାହ୍ନ ସାଢ଼େ ତିନିଟାରେ ପ୍ରେସମିଟ୍ କରିବେ ଜାତୀୟ ନିର୍ବାଚନ ଆୟୋଗ । ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ୫ ରାଜ୍ୟରେ ନିର୍ବାଚନ ନେଇ ବଡ ଘୋଷଣା କରିପାରନ୍ତି କମିଶନ । ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ନିର୍ବାଚନ କମିଶନ । ଏବଂ କରୋନା ସ୍ଥିତି ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ତେଣୁ ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ସାରା ଦେଶର ନଜର ରହିଛି । ଆଉ କରୋନା ସଂକ୍ରମଣ ବଢ଼ୁଥିବାବେଳେ କଟକଣାକୁ ମାନି ନିର୍ବାଚନ କରିବା ସରକାର ଓ ଆୟୋଗଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।