ଓଡିଶାର ଆତିଥ୍ୟତାକୁ ୱେନ୍ ପାର୍ଣ୍ଣେଲଙ୍କ ପ୍ରଶଂସା। ବାଣ୍ଟିଲେ ଓଡିଶାରେ ଅନୁଭୂତି।

214

କନକ ବ୍ୟୁରୋ : ଓଡିଶାର ଆତିଥେୟତାକୁ ପ୍ରଶଂସା କଲେ ସାଉଥ ଆଫ୍ରିକା ଖେଳାଳୀ । ଭାରତରେ ଦୁଇଟି ଜିନିଷ ସର୍ବୋତ୍ତମ । ଗୋଟିଏ କ୍ରିକେଟ ଏବଂ ଅନ୍ୟଟି ଏଠାରେ ମିଳୁଥିବା ଆତିଥେୟତା ବୋଲି କହିଛନ୍ତି ସାଉଥ ଆଫ୍ରିକା ପେସ ବୋଲର ୱେନ୍ ପାର୍ଣ୍ଣେଲ ।

ଶନିବାର ବାରବାଟୀରେ ଅଭ୍ୟାସ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶାରେ ନିଜର ଅନୁଭୂତିକୁ ନେଇ ପ୍ରଶ୍ନରେ ଏମିତି କହିଛନ୍ତିି ପାର୍ଣ୍ଣେଲ । ପ୍ରଥମ ଥର ସେ ଓଡିଶା ଆସିଥିଲେ ମଧ୍ୟ ଦଳ ରହୁଥିବା ହୋଟେଲ ଓ ଏଠାରେ ମିଳିଥିବା ସମ୍ବର୍ଦ୍ଧନା ତାଙ୍କୁ ବେଶ ଭଲ ଲାଗିଛି ବୋଲି କହିଛନ୍ତି ଏହି ସାଉଥ ଆଫ୍ରିକୀୟ ଖେଳାଳୀ ।