୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ସରଗରମ ହେଉଛି ରାଜନୀତି । କିଏ ସତ୍ତା ଦଖଲ କରିବ, କାହା ମୁଣ୍ରେ ହାତୀ ସୁନାକଳସ ଢ଼ାଲିବ ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏବେଠାରୁ ଅଂଟା ଭିଡ଼ିଲେଣି । ଆଉ ନିର୍ବାଚନୀ ପ୍ରଚାର ଓ ରାଲି ମଧ୍ୟ ଆରମ୍ଭ ହୋଇଗଲାଣି । ମୋଦି ସରକାରଙ୍କୁ ୫ବର୍ଷ ପୁରା ହେବାକୁ ଯାଉଛି । ତେବେ ରାଜନେତାଙ୍କ ସଙ୍ଗେ ସଙ୍ଗେ ଲୋକେ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ଦେଖାଯାଏ ଲୋକମାନେ ବିବାହ କାର୍ଡରେ ଉପହାର ନନେବା ପାଇଁ ଅନୁରୋଧ କରିଥାଆନ୍ତି । ନଚେତ ଉପହାରରେ ମିଳିଥିବା ଅର୍ଥକୁ କୌଣସି ପାଣ୍ଠିରେ ଦେବାକୁ କୁହନ୍ତି । କିନ୍ତୁ ନିକଟରେ ଏପରି ଏକ ନିମନ୍ତ୍ରଣ କାର୍ଡ଼ ଛପିଛି, ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୋସିଆଲ ମିଡିଆରେ ଏହି ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି ଓ ହ୍ଵାଟସ୍ଆପ୍ରେ ବି ସେୟାର କରାଯାଉଛି ।
ମୌଙ୍ଗଲୋରରେ ପ୍ରଧାନମନ୍ତ୍ରୀଙ୍କ ଜଣେ ସମର୍ଥକ ଏହି ପ୍ରକାରେ ବିବାହ କାର୍ଡ଼ରେ ମୋଦି ସରକାରଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି । ଏହାସହ ନିମନ୍ତ୍ରଣ ପତ୍ରରେ ବିଗତ ୫ ବର୍ଷରେ ମୋଦିଙ୍କ ଯୋଜନା ବିଷୟରେ ମଧ୍ୟ ବଖାଣିଛନ୍ତି । ଯେଉଁଠି ମୋଦିଙ୍କ ଫଟୋ ମଧ୍ୟ ଲାଗିଛି । ବର-ବଧୂଙ୍କ ମାତା-ପିତା ବିବାହ କାର୍ଡରେ ତଳେ ଲେଖିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଆପଣଙ୍କ ଭୋଟ ଆମ ପାଇଁ ଉପହାର ହେବ।
@narendramodi Sir. With my wedding invitation card, I am trying to explains the lot of achievement, schemes by Modi Govt. & Urging all invitees get the use. Hand to hand helping them to get the max.benefit . I believe “We have to take care of Modi, Modi will take care of nation. pic.twitter.com/tZcgdX7uUw
— Bhushan Branson (@mf5245pd) January 3, 2019
ସେହିପରି ସୁରଟର ଅନ୍ୟ ଏକ ବିବାହ କାର୍ଡରେ ମୋଦି ସରକାରଙ୍କ ଗତ ୫ବର୍ଷର ସ୍କିମ୍ ବିଷୟରେ କୁହାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବି ଲାଗିଛି। ପ୍ରଥମେ ମୋଦିଙ୍କ ସମର୍ଥକ ବିବାହ କାର୍ଡରେ ସ୍ୱଚ୍ଛ ଭାରତର ଲୋଗୋ ଲଗାଇଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡ଼ୁଛି ଏବେ ବି ମୋଦି ଲେହେର ଜାରି ରହିଛି ।