ଭିଜିଲାନ୍ସ ଜାଲରେ ସରକାରୀ ବାବୁ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୁନାଗଡ ରେଞ୍ଜର ଏବଂ ଜଗତସିଂହପୁର ସେସୁ ଜେଇଙ୍କ ଘରେ ଭିଜିଲାନ୍ସର ଚଢାଉ ।

250

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୁନାଗଡ ରେଞ୍ଜର ଲକ୍ଷ୍ମଣ ଶବର ଓ ଜଗତସିଂହପୁର ସେସୁ ଜେଇ ଦୀପ୍ତି ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କଳାହାଣ୍ଡି ଡିଏସପିଙ୍କ ନେତୃତ୍ୱରେ ଜୁନାଗଡ ରେଞ୍ଜ ଅଫିସ, ଲକ୍ଷ୍ମଣଙ୍କ ପୈତୃକ ଘର ଜୁନାଗଡ ବ୍ଲକର ଲଡୁଗାଁ ଓ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଜାରି ରହିଛି ।

ସେହିଭଳି ସମାନ ଅଭିଯୋଗରେ ଜଗତସିଂହପୁର ସେସୁ-୨ ର କନିଷ୍ଠ ଯନ୍ତ୍ରୀ ଦୀପ୍ତିପ୍ରକାଶ ସ୍ୱାଇଁଙ୍କ ଘରେ ବି ରେଡ ଚାଲିଛି । ଏକକାଳୀନ ୫ ଟି ସ୍ଥାନରେ ଏହି ରେଡ୍ ଚାଲିଛି । କଟକ ଓ ଜଗତସିଂହପୁର ଭିଜିଲାନ୍ସ ମିଳିତ ଭାବେ ଏହି ଚଢାଉ କରୁଛନ୍ତି । ଚଢାଉ ବେଳେ ବହୁ ବ୍ୟାଙ୍କ ପାସବୁକ୍, କାଗଜପତ୍ର, ସୁନାଗହଣା ଓ ନଗଦ ଟଙ୍କା ଜବତ ହୋଇଛି ।