ଭାରତର ପାୱାରଫୁଲ ପ୍ରଧାନମନ୍ତ୍ରୀ ହେବେ ବିଦ୍ୟା । ବଡପରଦାରେ ଦେଖିବାକୁ ମିଳିବ ଦମଦାର ଅଭିନୟ

71

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଭିନ୍ନ ରୂପରେ ଦେଖିବାକୁ ପାଇବେ ପ୍ରଶଂସକ । ଆପଣମାନେ ବିଦ୍ୟାଙ୍କୁ ହାସ୍ୟ ଅଭିନେତ୍ରୀ ଭାବେ ପରଦାରେ ଦେଖିଛନ୍ତି । କିନ୍ତୁ ଏବେ ବିଦ୍ୟାଙ୍କୁ ଏକ ମୋଷ୍ଟ ପାୱାରଫୁଲ ଓମେନ ଭାବେ ଦେଖିବାକୁ ପାଇବେ ପ୍ରଶଂସକ  ।  ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାହାଣୀ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ, ଯେଉଁଥିରେ ବିଦ୍ୟା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜରକୁ ଆସିବେ ବୋଲି ଶୁଣାଯାଉଛି ।

ଏହି ଫିଲ୍ମକୁ ନିର୍ମାଣ କରିବେ ସିର୍ଦ୍ଧାର୍ଥ ରାୟ କପୁର । ଲେଖିକା ସାଗରିକା ଘୋଷଙ୍କ ଇନ୍ଦିରା ଗାନ୍ଧୀକୁ ନେଇ ଲେଖା ହୋଇଥିବା ‘ଇଣ୍ଡିଆନ ମୋଷ୍ଟ ପାୱାରଫୁଲ ପିଏମ ଇନ୍ଦିରା ଗାନ୍ଧୀ’ କବିତାକୁ ନେଇ ନିର୍ମାଣ କରାଯିବ । ଏହି ଖବର ନିଜେ ସାଗରିକା ଘୋଷ ସୋସିଆଲ ମିଡିଆରେ ଟୁଇଟ କରି ଜଣାଇଛନ୍ତି । ସେ ଏହା ବି କହିଛନ୍ତି, ‘ମୁଁ ମୋ କବିତା ରାୟ କପୁର ପ୍ରଡକ୍ସନ ଓ ବିଦ୍ୟା ବାଲାନଙ୍କ ସହ କଂଟ୍ରାକ୍ଟ ସାଇନ କରିସାରିଛି’ । ଏବେ ମୋତେ ଇନ୍ଦିରା ଗାନ୍ଧୀଙ୍କୁ ବଡ ପରଦାରେ ଦେଖିବାକୁ ବାକି ଅଛି ବୋଲି କହିଛନ୍ତି ।