ସାମ୍ନାକୁ ଆସିଲା ତୱାଙ୍ଗ ସଂଘର୍ଷ ବେଳର ଭାଇରାଲ ଭିଡିଓ । ବାଡ଼ି ଓ ପଥରରେ ଚୀନ୍ ସେନାକୁ ସାବାଡ଼ କରୁଛନ୍ତି ଭାରତୀୟ ଯବାନ ।

201

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଚୀନ୍ ସେନାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା । ସୀମାରେ ପୁଣି ଥରେ ଚାଲାଖି କରିବାକୁ ଚୀନ୍ ଚେଷ୍ଟା କରିଥିବା ବେଳେ ଏହା ଫେଲ ମାରିଛି । ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ତୱାଙ୍ଗର ବୋଲି କୁହାଯାଉଛି । ଭିଡିଓରେ ଭାରତ ଓ ଚୀନ୍ ସେନାଙ୍କୁ ଦେଖିବାକୁ ମିଳୁଛି ।

ଚୀନ୍ ସୈନିକମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକାଉଛନ୍ତି ଭାରତୀୟ ଯବାନ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ହାତରେ ବାଡ଼ି ଓ ପଥର ଧରି ଚୀନ୍ ସୈନିକଙ୍କୁ ଭାରତୀୟ ଯବାନମାନେ ସାବାଡ଼ କରୁଛନ୍ତି, ଫଳରେ ସେମାନେ ଦୌଡ଼ି ପଳାଇଯାଉଛନ୍ତି । ଏହାପରେ ଆମ ଯବାନମାନେ ଖୁସି ମନାଉଥବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ତୱାଙ୍ଗରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ବେଳର ଭିଡିଓ ବୋଲି କୁହାଯାଉଛି ।