ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । ସକାଳ ୧୦ଟା ୧୫ରେ ବିମାନ ବନ୍ଦରରେ ପହଁଞ୍ଚିବେ ଭେଙ୍କିୟା ନାଇଡୁ

ବିଶ୍ୱ କବି ସମ୍ମିଳନୀର ସମାପନ ଓ ସମାଜର ବାର୍ଷିକ ଉତ୍ସବରେ ହେବେ ସାମିଲ

266

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏକ ସ୍ୱତନ୍ତ୍ର ବିମାନରେ ଦିନ ୧୦ ଟା ୧୫ ମିନିଟରେ ସେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଁଚିବେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବେ । ପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରଷ୍ଟ୍ରପତି । ସେଠାରୁ ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନ ୩ଟାରେ କଟକର ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିଅମ୍ରେ ଅନୁଷ୍ଠିତ ହେବାକୁ ଥିବା ସମାଜର ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଠାରୁ ସିଧାସଳଖ ଭୁବନେଶ୍ୱର ଫେରି ସନ୍ଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ସମାଜର ବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଷୀ ଲାଲ ପ୍ରମୁଖ୍ୟ ଯୋଗ ଦେବେ । ଭୁବନେଶ୍ୱରରୁ କଟକ ଉପରଷ୍ଟ୍ରପତି ଆସିବା ରୁଟରେ କାର୍କେଡ୍ ରିହର୍ସଲ କରାଯାଇଛି । ଡଗ୍ ସ୍କ୍ୱାଡ୍, ବମ ସ୍କ୍ୱାଡ୍, ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଇଣ୍ଡୋର ଷ୍ଟାଡିଅମ୍ରେ ସୁରକ୍ଷା ବ୍ୟବସ୍ଥାର ଯାଂଚ୍ କରିଛନ୍ତି । ଉପରଷ୍ଟ୍ରପତି ଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଓ କଟକରେ ୧୫ ପ୍ଲାଟୁନ୍ ଫୋର୍ସ ସହ ୧ ପ୍ଲାଟୁନ୍ ରାପିଡ୍ ଆକ୍ସନ ଫୋର୍ସ ମୁତୟନ କରାଯିବ ।