ଗୋରଖପୁରରେ ବଦଳିଲା ୫୦ ୱାର୍ଡର ନାଁ। ମିଆଁ ବଜାର ହେଲା ମାୟା ବଜାର …

80

କନକ ବ୍ୟୁରୋ: ଗୋରଖପୁର ନଗର ନିଗମ ୫୦ଟି ୱାର୍ଡର ନାଁ ପରିବର୍ତ୍ତନ କରିଛି । ଏହି ସମସ୍ତଙ୍କର ନୂଆ ନାମକରଣ ହୋଇଛି । ଏଥିରୁ ୨୪ଟିର ନାମ ମହାପୁରୁଷ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ନାମରେ ରଖାଯାଇଛି । ଶିଖ ବହୁଳ ମହୋଦ୍ଦିପୁର ବର୍ତ୍ତମାନ ସର୍ଦ୍ଦାର ଭଗତ ସିଂହ ନଗର ନାମରେ ନାମିତ ହୋଇଛି । ଏହା ଛଡା ଅଲ୍ଲୀ ନଗରର ନାଁ ବଦଳାଯାଇ ଆର୍ଯ୍ୟନଗର, ମିଆଁ ବଜାରର ନାମ ମାୟା ବଜାର କରିଦିଆଯାଇଛି ।

ଚଳିତ ବର୍ଷ ସମ୍ଭାବ୍ୟ ନିର୍ବାଚନକୁ ଆଖିରେ ରଖି ନଗରନିଗମ ପକ୍ଷରୁ ୮୦ଟି ୱାର୍ଡର ପରିସୀମା ନିର୍ଦ୍ଧାରଣର ଅଧିସୂଚନା ଜାରିହୋଇଛି । ଏହା ଉପରେ ଆପତ୍ତି ଜଣାଇବାକୁ ଏକ ସପ୍ତାହର ସମୟ ଦିଆଯାଇଛି । ନଗର ନିଗମ ୧୦ଟି ନୂଆ ୱାର୍ଡର ନୂଆ ନାମ ରଖିଥିବା ବେଳେ ୪୦ଟି ପୁରୁଣା ୱାର୍ଡର ନାମ ପରିବର୍ତ୍ତନ କରି ନୂତନ ନାମକରଣ କରାଯାଇଛି ।

ଏହି ଅଧିସୂଚନା ଅନୁସାରେ ପୁର୍ଦ୍ଦିଲପୁର ୱାର୍ଡର ନାମ ବର୍ତ୍ତମାନ ବିଜୟ ଚୌକ ହୋଇଛି । ସେହିଭଳି ଜନପ୍ରିୟ ବିହାର ୱାର୍ଡର ନାମ ଦିଗବିଜୟ ନଗର, ନୌସାଢର ନାଁ ପରିବର୍ତ୍ତନ ପରେ ମତ୍ସ୍ୟନ୍ଦ୍ର ନଗର ହୋଇଛି । ଅନ୍ୟ ୱାର୍ଡ ଗୁଡିକ ହେଉଛି ମିଆଁ ବାଜାର, ମୁଫତିପୁର, ଅଲ୍ଲୀନଗର, ତୁର୍କମାନପୁର, ଇସ୍ମାଇଲପୁର, ରସୁଲପୁର, ହୁମାୟୁଂ ପୁର ଉତ୍ତର, ଘୋସିପୁରୁବା, ଦାଉଦପୁର, ଜାଫରା ବାଜାରର ନାମ ପରିବର୍ତ୍ତନ କରାଯାଇଛି । ଗୋରଖପୁରର ଗୀତ ପ୍ରେସ ନାମରେ ମଧ୍ୟ ଗୋଟିଏ ୱାର୍ଡର ନାମକରଣ କରାଯାଇଛି ।