‘ଟଙ୍କା ପାଇଁ ଟିମ ଇଣ୍ଡିଆ ବିଶ୍ୱ କ୍ରିକେଟର ଲାଡଲା’: ଏମିତି କହି ଟ୍ରୋଲ ହେଲେ ଏହି ପାକିସ୍ତାନୀ କ୍ରିକେଟର 

1,964

କନକ ବ୍ୟୁରୋ: ବିିସିସିଆଇ ବର୍ତ୍ତମାନ ସମୟରେ ଆୟ କରିବାରେ ସବୁ କ୍ରିକେଟ ବୋର୍ଡଠାରୁ ଆଗରେ ରହିଛି । ଏହାସହ ଭାରତ ମଧ୍ୟ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଟିମ ମଧ୍ୟ । ଅନେକ ଦେଶ ଭାରତ ସହ ଖେଳିବାକୁ ବେଶ ଉତ୍ସାହିତ ଥାନ୍ତି । ହେଲେ ଭାରତର ଏହି ସଫଳତା ପାକିସ୍ତାନୀମାନେ ଗ୍ରହଣ କରିପାରନ୍ତି ନାହିଁ । ଅନେକ ସମୟରେ ପାକିସ୍ତାନ କ୍ରିକେଟରମାନେ ଏହାକୁ ନେଇ ନ୍ତ୍ୱ୍ୟ ଦେଇଥାନ୍ତି । ତେବେ ବର୍ତ୍ତମାନ ପୁଣି ସେହି ଭଳି ଏକ ଘଟଣା ଘଟିଛି ।

ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଯେଉଁଥିପାଇଁ ସେ ସୋସିଆଲମିଡିଆରେ ଟ୍ରୋଲ ହେଉଛନ୍ତି । ସେ କହିଛନ୍ତି ଟିମ ଇଣ୍ଡିଆ ନିଜ ଖେଳ ପାଇଁ ନୁହେଁ ବରଂ ଟଙ୍କା ପାଇଁ ବିଶ୍ୱ କ୍ରିକେଟର ଗେହ୍ଲା ହୋଇ ରହିଛି । ଏହି ମନ୍ତବ୍ୟ ପରେ ୟୁଜର୍ସମାନେ ହାଫିଜଙ୍କୁ ଟ୍ରୋଲ କରିଛନ୍ତି ।

ଏକ ପାକିସ୍ତାନୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ହାଫିଜ କହିଛନ୍ତି, ମୁଁ ଅଧିକ କିଛି ଜାଣିନି, କିନ୍ତୁ ଏତିକି ଜାଣିଛି ଆମର ଏଠି ଯିଏ ଅଧିକ କମେଇକି ଦିଏ ସେ ସବୁଠାରୁ ଗେହ୍ଲା ହୋଇଥାଏ । ଭାରତ ଅଧିକ ରେଭିନ୍ୟୁ ଦେଇଥାଏ । ତେବେ ଆଉ ଏକ ପ୍ରଶ୍ନ ଥିଲା ଭାରତ ଗହ୍ଲେ କଣ ପାଇଁ? ଭଲ କ୍ରିକେଟ ଖେଳେ ସେଥିପାଇଁ ନା ଭଲ ରେଭିନ୍ୟୁ ଦିଏ ସେଥିପାଇଁ । ଏହାର ଉତ୍ତର ଦେଇ ହାଫିଜ କହିଥିଲେ ‘ଦ୍ୱିତୀୟ’ ।

ତେବେ ଏହାକୁ ନେଇ ସୋସିଆମିଡିଆରେ ପ୍ରବଳ ଟ୍ରୋଲ ହୋଇଛନ୍ତି । ଜଣେ ୟୁଜର୍ସ ତାଙ୍କୁ କହିଛନ୍ତି, ହାଫିଜ ଭାଇ ସୁଧୁରି ଯାଅ, କାଇଁ ଏଭଳି ପରିସ୍ଥିତିରେ ପଙ୍ଗା ନେଉଛ । ଆଉ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ହଁ ଇଣ୍ଡିଆ ରେଭିନ୍ୟୁ ଦେଉଛି, ତମର କଣ ଅସୁବିଧା ହେଲା, ଆଗ ନିଜ ଦେଶର ଇକୋନୋମି ଠିକ କର ।