ସୁପର ପାୱାର ଆମେରିକାରେ ସାଇବର ଏମରଜେନ୍ସିଂ, ଅଢେଇ ଘଂଟା ପାଇଁ ଅଟକିଗଲା ଜୀବନ

90

କନକ ବ୍ୟୁରୋ : ସୁପରପାୱାର ଆମେରିକା । ଯେଉଁଠି ଅଧିକାଂଶ ଲୋକ ଯାତାୟତ ପାଇଁ କେବଳ ଆଉ କେବଳ ବିମାନ ଉପରେ ନିର୍ଭର କରନ୍ତି । ଯେଉଁଠି ସବୁ ଦେଶର ବିମାନ ଅବତରଣ କରେ ଓ ଏଠାରୁ ଉଡାଣ ଭରେ । ସେଠାରେ ବୁଧବାର ଅପରାହ୍ନ ସମୟରେ ଆମେରିକା ଏଭିଏସନର ପକ୍ଷରୁ  ଏକ ଟୁଇଟ ଆସେ । ଆଉ ଏହି ଟୁଇଟ କେବଳ ଆମେରିକା ପାଇଁ ନୁହେଁ ପୂରା ଦୁନିଆ ପାଇଁ ଚିନ୍ତା ଆଣିଥିଲା । ବୁଧବାର ଅପରାହ୍ନରେ ନୋଟିସ ଟୁ ଏୟାରମିଶନ ଖରାପ ହେବା ଖବର ମିଳିବା ପରେ କେବଳ ଆମେରିକା ନୁହେଁ ପୂରା ଦୁନିଆରେ ଭୟର ବାତାବରଣ ଖେଳିଯାଇଥିଲା ।  ଟୁଇଟରରେ ସୂଚନା ମିଳିଲା–ନୋଟୋମ ବା ନୋଟିସ ଟୁ ଏୟାର ମିଶନ ଫେଲ ହୋଇଛି । କେତେ ସମୟ ପର୍ଯ୍ୟନ୍ତ ସମସ୍ୟା ଜାରି ରହିବ ଏହାର କୌଣସି ଖବର ନାହିଁ । ତଥାପି ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯାଉଛି ।

ଘଟଣା ନିଆଁ ବେଗରେ ବ୍ୟାପିବା ପରେ ହ୍ୱାଇଟ ହାଉସ ପକ୍ଷରୁ ଏମରଜେନ୍ସିଂ ବୈଠକ ଡକାଯିବା ପୂରା ଦେଶକୁ ଏହି ବାବଦରେ ସୂଚନା ଦିଆଗଲା । ଆମେରିକା ଏଭିଏସନ ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି । ୪ ଘଂଟା ପରେ ସିଷ୍ଟମରେ ସୁଧାର ଅଣାଯିବା ପରେ ବିମାନ ଚଳାଚଳ ଆରମ୍ଭ କରିଛି ।

ଆସନ୍ତୁ ଜାଣିବା ନୋଟୋମ କଣ?
•    ନୋଟୋମର ପୂରା ନାଁ ନୋଟିସ ଟୁ ଏୟାର ମିଶନ ଅଟେ
•    ବିମାନ ଚଳାଚଳ ପ୍ରକିୟାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରୁହେ
•    ବିମାନ ଅବତରଣ ଓ ଉଡାଣ ସମୟରେ ପାଇଲଟକୁ ସୂଚନା ଦିଏ ନୋଟୋମ
•    ନୋଟୋମ ରିଏଲ ଟାଇମ ଡାଟା ଏୟାର ଟ୍ରାଫିକ କଂଟ୍ରୋଲକୁ ଦିଏ
•    ଏହାପରେ ଏଟିସି ଏହି ସୂଚନା ପାଇଲଟଙ୍କୁ ପ୍ରଦାନ କରେ
•    ନୋଟୋମରେ କୋଡ଼ ଭାଷାର ବ୍ୟବହାର କରାଯାଏ
•    ଉଡାଣ ଭରିବା ପୂର୍ବରୁ ପାଇଲଟ ଓ କ୍ରିୟୁ ସଦସ୍ୟଙ୍କୁ ତଥ୍ୟ ଦିଆଯାଏ

ଆମେରିକା ଏଭିଏସନ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । କାଟାଟ୍ରୋଫିକ ସିଷ୍ଟମ ଫେଲୁଆର ପଛରେ ସାଇବର ଆକ୍ରମଣର ସନ୍ଦେହ କରାଯାଉଥିବା ବେଳେ ହ୍ୱାଇଟ ହାଉସ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛି । ଅନ୍ୟପଟେ ରାଷ୍ଟ୍ରପତି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ମହାଶକ୍ତିଶାଳୀ ଦେଶ ଆମେରିକା ଯଦି ଏକ ବୈଷୟିକତ୍ରୁଟି ଯୋଗୁଁ ନାକେଦମ ହୋଇପଡୁଛି ତେବେ ଆଗକୁ ଯଦି ବଡ ତ୍ରୁଟି ହୁଏ ଏହାକୁ କିଭଳି ସମ୍ଭାଳିବ ଦେଶ