ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ , ‘ରାମଚରିତ ମାନସ’କୁ କହିଲେ ଅଭିଶପ୍ତ ଗ୍ରନ୍ଥ

110

କନକ ବ୍ୟୁରୋ : ମୌକା ଥିଲା ବିହାର ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳର ଦିକ୍ଷାନ୍ତ ଉତ୍ସବର । ଯୋଗ ଦେଇଥିଲେ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର । ଆଶା ଥିଲା ଯେଉଁ ନୂଆ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ପାଇଁ ଆସିଛନ୍ତି ତାଙ୍କୁ ଶିକ୍ଷାମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବେ । କିଛି ଶିକ୍ଷଣୀୟ କଥା କହିବେ । କିନ୍ତୁ ଘଟଣା ସେହି ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯେତେବେଳେ ଶିକ୍ଷାମନ୍ତ୍ରୀ ରାମଚରିତ ମାନସ ଉପରେ ବିବାଦୀୟ ବୟାନ ଦେଇଥିଲେ । ଯେଉଁ ରାମଚରିତ ମାନସକୁ ଜନମାନସ ବେଶ ଶ୍ରଦ୍ଧା ସହକାରେ ପଠନ କରନ୍ତି ତାକୁ ସେ ଏକ ଘୃଣା ବାଂଟୁଥିବା ଗ୍ରନ୍ଥ ଭାବେ ସମ୍ବୋଧନ କରିଛନ୍ତି ।

ରାମଚରିତ ମାନସକୁୁ ନେଇ କେବଳ ବିବାଦୀୟ ବୟାନ ଦେଇନଥିଲେ ଶିକ୍ଷାମନ୍ତ୍ରୀ ବଂର ନିିଜ ଭାଷଣରେ ଏକଥା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ କି ନାରୀ ଜାତିଙ୍କୁ ଶିକ୍ଷାଠୁ ଦୂରେଇ ରଖିବା କଥା ରାମଚରିତ ମାନସରେ ମଧ୍ୟ ସ୍ଥାନ ପାଇଛି । ବୟାନକୁ ନେଇ ବିବାଦ ଦେଖାଯାଇଥିଲେ ବି ମନ୍ତ୍ରୀ କ୍ଷମା ମାଗିବାକୁ ମନା କରିଛନ୍ତି ।

ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ରାମଚରିତ ମାନସ ଉପରେ ଦିଆଯାଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି । ବୟାନକୁ ନେଇ ବିଜେପି ସହ ବିଭିନ୍ନ ରାଜନୈତିକ ଦଳ ଓ ଆଧ୍ୟାତ୍ମିକ ଗୁରୁ ଘୋର ନିନ୍ଦା କରିଛନ୍ତି । ଅଯୋଧ୍ୟା ସନ୍ଥ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ମନ୍ତ୍ରୀଙ୍କଠୁ କ୍ଷମା ଦାବି କରିଛନ୍ତି । ଏଥିସହ ବିହାର ସରକାର ତାଙ୍କୁ ପଦରୁ ଇସ୍ତଫା କରିବା ଉଚିତ ବୋଲି ସେ କହିଛନ୍ତି

ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ‘ ରାମଚରିତ ମାନସ’କୁ ନେଇ କହିଥିବା ବିବାଦୀୟ ବୟାନକୁ ବିଭିନ୍ନ ଆଡ଼ୁ ବିରୋଧ କରାଯାଇଛି ।