ଖୋଲୁଛି ବିରେନ୍ଦ୍ର ବାବାଙ୍କ ପାପଲୋକର କାହାଣୀ ! ଦିଲ୍ଲୀରେ ୧୬୮ ଜଣ ଯୁବତୀଙ୍କୁ ବାବାଙ୍କ ଆଶ୍ରମରୁ ଉଦ୍ଧାର କଲା ପୁଲିସ,ଭୁବନେଶ୍ୱରରେ ବି ବାବାଙ୍କ ଆଶ୍ରମ ଉପରେ ନଜର
କନକ ବ୍ୟୁରୋ: ଖୋଲୁଛି ବାବା ବୀରେନ୍ଦ୍ର ଦେବଙ୍କ ପାପଲୋକର କାହଣୀ । ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଖୋଲି ମହିଳା ଅନୁଗାମୀଙ୍କୁ କରୁଥିଲେ ଦୁଷ୍କର୍ମ । ଦିଲ୍ଲୀ ବିଜୟ ବିହାର ଆଶ୍ରମ ଉପରେ ଚଢାଉ ପରେ ୪୧ ନାବାଳିକାଙ୍କ ସହ ୧୬୮ଜଣ ମହିଳାଙ୍କୁ ଉଦ୍ଧାର କରିଛିପୋଲିସ । ଡ୍ରଗ୍ସ ସେବନ କରି ଦିନକୁ ୧୦ଜଣ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ବାବା । ତେବେ ଭୁବନେଶ୍ୱରରେ ମଧ୍ୟ ରହିଛି ବାବାଙ୍କ ବୀରେନ୍ଦ୍ର ଦେବଙ୍କ ଆଶ୍ରମ । ସମସ୍ତ ଆଶ୍ରମ ଉପରେ ଚଢାଉ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏହି ଆଶ୍ରମ ଉପରେ ଏବେ ନଜର ରହିଛି । ହେଲେ ବାବାଙ୍କ ଅନୁଗାମୀ ତାଙ୍କୁ ନିର୍ଦ୍ଦୋଶ ବୋଲି କହିବା ସହ ଭଗବାନର ଆଖ୍ୟା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଆଶ୍ରମ ‘ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ ଅସଲରେ ଭୟଙ୍କର ପାପ ସାମ୍ରାଜ୍ୟ ଥିଲା ବୋଲି ଜଣାପଡ଼ିଛି । ଆଶ୍ରମ ପରିସରରେ ଆଧ୍ୟାତ୍ମିକ ଶିକ୍ଷା ଦେବା ନାମରେ ନାବାଳିକାମାନଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖି ଯୌନ ନିର୍ଯାତନା ଦେବା ଘଟଣାର ପର୍ଦ୍ଦାଫାସ ହେବାପରେ ଗତକାଲି ଏହାର ପରିସରରୁ ୪୦ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଆଶ୍ରମ ମୁଖ୍ୟ ତଥା ଭଣ୍ଡ ବାବା ବୀରେନ୍ଦ୍ର ଦେବ ଦୀକ୍ଷିତ ଦୀର୍ଘ ବର୍ଷ ଧରି ଏକ ବଡ଼ ଧରଣର ସେକ୍ସ ରାକେଟ ଚଳାଇ ଆସୁଥିଲେ ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ନାବାଳିକାମାନଙ୍କୁ ଯୌନକର୍ମୀ ଭାବେ ତାଲିମ ଦିଆଯାଉଥିବା ପ୍ରମାଣ ମିଳିଛି । ଫେରାର ରହିଥିବା ବୀରେନ୍ଦ୍ର ଦୀକ୍ଷିତଙ୍କୁ ଠାବ କରିବା ପାଇଁ ପୁଲିସ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି ।
ଗତକାଲି ଚଢ଼ଉ ବେଳେ ଆଶ୍ରମ ପରିସରରେ ଏକ ସୁଡ଼ଙ୍ଗ ଠାବ ହୋଇଥିଲା । ଡେରା ଆଶ୍ରମର ବାବା ରାମରହିମ ପରି ବାବା ବୀରେନ୍ଦ୍ର ମଧ୍ୟ ବିଶ୍ୱବିଦ୍ୟାଳୟରୁ ଆଶ୍ରମ ସ୍ଥିତ ତାଙ୍କ ପ୍ରକୋଷ୍ଠ ପର୍ଯ୍ୟନ୍ତଏକ ସୁଡ଼ଙ୍ଗ ନିର୍ମାଣ କରାଇଥିଲେ । ଚଢ଼ଉରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ଏବଂ ଆହୁରି ୩ ଦିନ ପର୍ୟ୍ୟନ୍ତ ତଲାସି ଚାଲିବ ବୋଲି ଜଣାପଡ଼ିଛି । ଏଠାରେ ବନ୍ଦୀ ଥିବା ନାବାଳିକାଙ୍କ ମଧ୍ୟରୁ ୩ଜଣ ଦିଲ୍ଲୀ ପୁଲିସ୍ର ଅବସରପ୍ରାପ୍ତ ଇନ୍ସପେକ୍ଟରମାନଙ୍କ ଝିଅ ହୋଇଥିବା ବେଳେ ଯେଉଁ ନାବାଳିକା ବାବାଙ୍କ କାରନାମାର ପର୍ଦ୍ଦାଫାସ କରିଛି ସେ ଜଣେ ସିବିଆଇ ଇନ୍ସପେକ୍ଟରଙ୍କ ଭଉଣୀ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ହାବିଲଦାରଙ୍କ ଝିଅ ମଧ୍ୟ ଏଠାରେ ବନ୍ଦୀ ଥିଲା। ଏହି ପୁଲିସ କର୍ମଚାରୀମାନେ ମଧ୍ୟ ସମାନଙ୍କ ଝିଅଙ୍କୁ ବାବା ବୀରେନ୍ଦ୍ରଙ୍କଠାରୁ ମୁକ୍ତ କରିପାରୁନଥିଲେ।
ଏହି ବିଶାଳ ଆଶ୍ରମ ମଧ୍ୟରେ ୨୨ଟି କୋଠରୀ ରହିଛି ଏବଂ ଏଥିରୁ ୧୩ଟିରେ ନାବାଳିକାଙ୍କୁ ବନ୍ଦୀ କରି ରଖାଯଇଥିଲା। ସ୍ୱାତୀ ମାଲିଓ୍ଵାଲଙ୍କ କହିବା ମୁତାବକ ଆଶ୍ରମ ପରିସରରେ କେବଳ ନାବାଳିକା ନଥିଲେ ଏଠାରେ ଅନେକ ମହିଳା ମଧ୍ୟ ରହୁଥିଲେ। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ ମୋଟ ୧୬୨ ଜଣ ମହିଳା ଓ ଯୁବତୀଙ୍କୁ ସେଠାରେ ବନ୍ଦୀ କରାଯାଇଥିବା ନେଇ ଜଣାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦିଲ୍ଲୀ, ପଞ୍ଜାବ, ୟୁପି, ହରିୟାଣା ଓ ରାଜସ୍ଥାନ ସମେତ ନେପାଳରେ ମଧ୍ୟ ବାବା ବୀରେନ୍ଦ୍ରଙ୍କ ଆଶ୍ରମ ଚାଲିଛି । ରାଜସ୍ଥାନରେ ଏହି ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ଥିବା ଜଣାପଡ଼ିଛି।