ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ ।

892

କନକ ବ୍ୟୁରୋ: ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

କେନ୍ଦ୍ରର ଏହି ନୂଆ ଯୋଜନାରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଏହାକୁ ବିଶ୍ୱକର୍ମା ଜୟନ୍ତିଠାରୁ କାର୍ୟ୍ୟକାରୀ କରାଯିବ ବୋଲି ସ୍ୱାଧୀନତା ଦିବସରେ ମୋଦୀ ଘୋଷଣା କରିଛନ୍ତି । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।