ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ‘ପର୍ସନ ଅଫ୍ ଦି ଇଅର’ ଭାବେ ସ୍ଥାନିତ, ଯୁଦ୍ଧରେ ପୁଟିନଙ୍କୁ ଟକ୍କର ଦେଇଥିବାରୁ ପ୍ରଶଂସା

167

କନକ ବ୍ୟୁରୋ: ଟାଇମ୍ ମାଗାଜିନରେ ‘ପର୍ସନ ଅଫ ଦି ଇଅର’ ଭାବେ ସ୍ଥାନ ପାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୨୦୨୨ ବର୍ଷ ପାଇଁ ଟାଇମ ମାଗାଜିନ୍ ଜେଲେନସ୍କିଙ୍କୁ ଏହି ଶ୍ରେୟ ଦେଇଛି । ନିଜ ଦେଶର ସ୍ୱାଭିମାନ ରକ୍ଷା କରିବାକୁ ଗତ ୧୦ ମାସ ଧରି ଶକ୍ତିଶାଳୀ ଋଷ ସହ ଅଦମ୍ୟ ସାହସର ସହ ଲଢୁଛନ୍ତି ଜେଲେନସ୍କି । ଏଥିପାଇଁ ତାଙ୍କ ସାହସକୁ ପ୍ରଶଂସା କରାଯାଉଛି ବୋଲି ପତ୍ରିକା ଉଲ୍ଲେଖ କରିଛି ।

୧୦ ମାସ ଧରି ଚାଲିଥିବା ଯୁଦ୍ଧକୁ ଅତି ଧୈର୍ଯ୍ୟ ଓ ଗମ୍ଭୀରତାର ସହ ମୁକାବିଲା କରୁଛନ୍ତି । ଅତି ଶକ୍ତିଲାଳୀ ଋଷର ମୁକାବିଲା କରୁଛନ୍ତି । ଏହାସହ ସବୁବେଳେ ନିଜ ସେନାର ମନୋବଳ ବଢାଉଛନ୍ତି । ଖାଲି ଏତିକି ନୁହେଁ ସୈନ୍ୟଙ୍କ ସହ ମିଶି ଖାଇବା ସହ ସେମାନଙ୍କ ସାହାସ ବଢାଇଆସିଛନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ୟୁକ୍ରେନର ସ୍ୱରକୁ ଦୃଢ କରି ରଖିବାରେ ତାଙ୍କର ଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ବୋଲି ଟାଇମ୍ ମାଗାଜିନ୍ ଉଲ୍ଲେଖ କରିଛି ।