ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା ! କିପ୍ୟାଡ୍ ଫୋନ୍ ନେଇ ଯିବେ ସେବାୟତ, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ।

186

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରକୁ ଯାଇପାରବନି ସ୍ମାର୍ଟ ଫୋନ । ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନଷ୍ପତ୍ତି ନିଆଯାଇଛି । ରତ୍ନ ବେଦୀର ଫଟୋ ଭାଇରାଲ ହେବା ଏବଂ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ପରିସର ଦୃଶ୍ୟ ଭାଇରାଲ୍ ହେବା ପରେ କଡ଼ା କଟକଣା ଲଗାଇବାକୁ ଛତିଶାନିଯୋଗ ବୈଠକରେ ସ୍ଥିର କରାଯାଇଛି ।

ତେବେ କୌଣସି ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ଭିତରକୁ କ୍ୟାମେରାଯୁକ୍ତ ଫୋନ ନେଇପାରିବେ ନାହିଁ । ସ୍କାର୍ଟ ଫୋନ ପାଇଁ କେବଳ ମନ୍ଦିର କମାଣ୍ଡରଙ୍କୁ ଅନୁମତି ମିଳିବ । ତେବେ ଶ୍ରୀମନ୍ଦିରରେ ନିୟୋଜିତ ସେବାୟତ, ଜେଟିପି, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ସମସ୍ତେ କିପ୍ୟାଡ୍ ଫୋନ ନେଇପାରିବେ । ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ । ଏହି ବୈଠକରେ ଏ ନେଇ ମୋହର ବାଜିବ ବୋଲି ଜଣାପଡ଼ିବ ।